ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର ପୁଣି ବାପା ହୋଇଛନ୍ତି। ଦ୍ୱିତୀୟ ପତ୍ନୀ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଥିବା ଜଣାଯାଇଛି। ଜୁନାଗଡ଼ ବିଧାୟକ ଶ୍ରୀ ମିଶ୍ର ଦ୍ୱିତୀୟ ବିବାହ କରିବା ଓ ବାପା ହେବା ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କ ଦ୍ୱିତୀୟ ପତ୍ନୀ ପ୍ରିୟଙ୍କା ଅଗସ୍ତି ଗତ ୧୦ ତାରିଖରେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଏକ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ। ଗତ ଫେବ୍ରୁଆରି ୨୬ ତାରିଖରେ ଭୁବନେଶ୍ୱର ନିକଟସ୍ଥ ଦି ଆଡଭେଞ୍ଚର ହୋଟେଲରେ ଉଭୟଙ୍କ ଦ୍ୱିତୀୟ ବିବାହ ଅନୁଷ୍ଠିତ ହୋଇଥିଲା। ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଦିବ୍ୟଶଙ୍କର ପୁଣି ବାପା ହେଲେ:ଦ୍ବିତୀୟ ପତ୍ନୀ ଜନ୍ମ ଦେଲେ କନ୍ୟା ସନ୍ତାନ
Advertisment
Follow Us