ସାପ ମାରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଯୁବକର ମୃତ୍ୟୁ

Advertisment
ବିଲ ମଝିରୁ ଅଜଣା ବୃଦ୍ଧଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ

କଣ୍ଟାମାଳ: ସାପ ମାରିବାକୁ ଯାଇ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ସୂଚନାନୁସାରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ପଦରପଡ଼ା‌ ଛକ ନିକଟରେ ବ୍ୟବସାୟୀ ମେଘନାଦ ସାହୁଙ୍କ ଦୋକାନରେ ସକାଳେ ଏକ ନାଗ ସାପ ପଶିଯାଇଥଲା। ଶ୍ରୀ ସାହୁ ଦୋକାନରୁ ବାହାରକୁ ବାହାରି ଆସି ତାଙ୍କ ଡ୍ରାଇଭର ନାରାୟଣ ଗେଜ (୨୭)ଙ୍କୁ ଏକ ବର୍ଛା ଦେଇ ସାପକୁ ମାରିବାକୁ କହିଥିଲେ।

ନାରାୟଣ ବର୍ଛାରେ ସାପଟିକୁ ଭୁସିଦେଇ ବାହାରକୁ ଆସୁଥିବା ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ନାରାୟଣ ଗୁରୁତର ହୋଇପଡ଼ିଥିଲେ। ତାଙ୍କୁ ମନମୁଣ୍ଡା ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ମନମୁଣ୍ଡା ପୁଲିସ ପହଞ୍ଚି ଶବଜ କରିବା ସହ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଥାନା ଅଧିକାରୀ ଭାବାନନ୍ଦ ପ୍ରଧାନ ସୂଚନା ଦେଇଛନ୍ତି। ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe