ନୂଆପଡ଼ାରେ ଅନାହାର ମୃତ୍ୟୁ ଅଭିଯୋଗ

ସୁବର୍ଣ୍ଣପୁର: ଗଛରେ ଝୁଲୁଛି ମହିଳାଙ୍କ ଗଳିତ ଶବ

Hindustan Times

ନୂଆପଡା: ଜିଲ୍ଲାର ବୋଡେନ ବ୍ଲକରେ ଅନାହାର ମୃତ୍ୟୁ ଅଭିଯୋଗ ହୋଇଛି। ଜଣେ ଯୁବକ ଚାରିଦିନ ହେବ ଖାଇବାକୁ ନପାଇ ମୃତ୍ୟୁର ଶିକାର ହୋଇଥିବା ଘଟଣା ବୋଡେନ ବ୍ଲକ ସର୍ଗିମୁଣ୍ଡା ଗାଁରେ ଦେଖିବାକୁ ମିଲିଛି।

କର୍ଲାକୋଟ ପଞ୍ଚାୟତର ସର୍ଗିମୁଣ୍ଡା ଗାଁରେ ନିଃସହାୟ ଦୁଇ ଭାଇ, ଭଉଣୀ ଦେବନ୍ତୀ ବେହେରା (୨୦) ଏବଂ ଗୌତମ ବେହେରା (୧୮) ରୁହୁଥିଲେ। ଗୌତମ ଦିବ୍ୟାଙ୍ଗ ହୋଇଥିବାରୁ ତିନି ଚକିଆ ସାଇକଲରେ ବୁଲି ଭିକମାଗି ଚଳୁଥିଲେ। ଗତ ବର୍ଷ ଏ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ପରେ ଭାଇ-ଭଉଣୀଙ୍କୁ ମାସକୁ ପାଞ୍ଚ କିଲୋ ଲେଖାଏଁ ଚାଉଳ ଏବଂ ଗୌତମଙ୍କୁ ପାଞ୍ଚ ଶହ ଟଙ୍କା ଦିଆଗଲା। ଗୌତମ ରୋଗରେ ପଡିବାରୁ ଭଉଣୀ ଦେବନ୍ତୀ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ପ୍ରାୟ ତିନି ମାସ ସେଠାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପରେ ସେ ଡାକ୍ଟରଙ୍କ ପରାମର୍ଶ କ୍ରମେ ଗୌତମକୁ ଘରେ ଆଣି ରଖିଥିଲେ ।

କିଛି ଦିନ ପରେ ପୁଣି ସ୍ୱାସ୍ଥ୍ୟ ଖରାପ ହେବାରୁ ଗୌତମ ଘରେ ପଡିରହିଥିଲେ। ଗତ ମାସରେ ଭତ୍ତା ପାଞ୍ଚ ଶହ ଟଙ୍କା ପାଇଁ ତାକୁ ଔଷଧ କିଣିଥିଲେ। ମେ’ ମାସ ୨୬ରେ କୋଡିଏ କିଲୋ ଚାଉଳ ମିଳିଥିଲା। ବର୍ତ୍ତମାନ ଦେଢମାସ ହେବ ଚାଉଳ ମିଳିନାହିଁ। ଗତ ଚାରିଦିନ ହେବ ଘରେ ରଦ୍ଧା ହୋଇନାହିଁ। ଫଳରେ ଗୌତମର ମୃତ୍ୟୁ ହେଲା ବୋଲି ଭଉଣୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe