ମୋ ସରକାର: ଦୀପାବଳି ପୂର୍ବ ସନ୍ଧ୍ୟା ଅଭିଯୋଗକାରୀଙ୍କ ଘରକୁ ଯାଇ ଭେଟିଲେ ଡିଆଇଜି-ଏସ୍‌ପି

ମୋ ସରକାର: ଦୀପାବଳି ପୂର୍ବ ସନ୍ଧ୍ୟା ଅଭିଯୋଗକାରୀଙ୍କ ଘରକୁ ଯାଇ ଭେଟିଲେ ଡିଆଇଜି-ଏସ୍‌ପି

ସମ୍ବଲପୁର: ଉତ୍ତରାଞ୍ଚଳ ରେଞ୍ଜ ପୁଲିସ୍‌ ପକ୍ଷରୁ ଦୀପାବଳି ଅବସରରେ ମୋ ସରକାର କାର୍ଯ୍ୟକ୍ରମ ପାଇଁ ଡିଆଇଜି ହିମାଂଶୁ ଲାଲ, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ସୁବର୍ଣ୍ଣପୁର, ବଲାଙ୍ଗୀର ଜିଲ୍ଲାର ପୁଲିସ୍‌ ଅଧୀକ୍ଷକମାନେ ଅଭିଯୋଗକାରୀଙ୍କ ଘର ଘର ବୁଲି ମତାମତ ସଂଗ୍ରହ କରିଛନ୍ତି। ଡିଆଇଜି ଶ୍ରୀ ଲାଲ୍‌ ନିଜେ ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ଅଭିଯୋଗକାରୀଙ୍କ ଘରକୁ ଯାଇଥିବା ସମୟରେ ଅନ୍ୟସ୍ଥାନରେ ଏସ୍‌ପି ଓ ବରିଷ୍ଠ ପୁଲିସ୍‌ ଅଧିକାରୀମାନେ ଏହି କାର୍ଯ୍ୟ କରିଥିଲେ।

publive-image

ପ୍ରଥମେ ଅଭିଯୋଗକାରୀଙ୍କୁ ଦୀପାବଳୀର ଅଭିନନ୍ଦନ ଦିଆଯିବା ପରେ ଥାନାରେ ଅଭିଯୋଗକାରୀଙ୍କ ସହ କିଭଳି ବ୍ୟବହାର ପ୍ରଦର୍ଶନ ହୋଇଥିଲା ଓ ଅଭିଯୋଗକୁ କିଭଳି ଗ୍ରହଣ କରାଗଲା ସେସମ୍ପର୍କରେ ପଚାରିବୁଝିଥିଲେ। ଥାନାର ବନ୍ଦ ଦୁଆରକୁ ଜନସାଧାରଣ ଆସିବା ପରିବର୍ତ୍ତେ ପ୍ରତି ଘର ଦୁଆରକୁ ସରକାର ଆସିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କୁହାଯାଇଥିଲା। ଏହି ସମୟରେ ଲୋକଙ୍କଠାରୁ ଗ୍ରହଣ କରାଯାଇଥିବା ମତମତ ସନ୍ତୋଷଜନକ ଥିଲା ଓ ପୁଲିସ୍‌ ଏହି କାର୍ଯ୍ୟଦ୍ଵାରା ଲୋକଙ୍କ ମନରେ ବିଶ୍ୱାସ ବିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe