ଦକ୍ଷିଣା ପଶ୍ଚିମାଞ୍ଚଳ ଡିଆଇଜିଙ୍କ ମୋଟୁ ସୀମାନ୍ତାଞ୍ଚଳ ଗସ୍ତ

Advertisment
ଦକ୍ଷିଣା ପଶ୍ଚିମାଞ୍ଚଳ ଡିଆଇଜିଙ୍କ ମୋଟୁ ସୀମାନ୍ତାଞ୍ଚଳ ଗସ୍ତ

Sambad

ମାଲକାନଗିରି: ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ରାଜେଶ ପଣ୍ଡିତ ଆଜି ମାଲକାନଗିର ଗସ୍ତରେ ଆସି ମୋଟୁ ସୀମାନ୍ତ ଅଂଚଳ ଗସ୍ତ କରି ସୀମାରେ ଚାଲିଥିବା ଯାଞ୍ଚ ପ୍ରକ୍ରିୟାର ତଦାରଖ କରିଥିଲେ। ଡିଆଇଜି ଶ୍ରୀ ପଣ୍ଡିତଙ୍କ ସହ ଏସ୍ପି‌ ଋଶିକେଷ ଖିଲାରୀ ମଧ୍ୟ ଉପସ୍ଥିତ ଥିଲେ। ଆନ୍ଧ୍ର ଓଡିଶା ସୀମାନ୍ତ ମୋଟୁ ଠାରେ ପ୍ରବାସୀଙ୍କ ଭିଡ ଲାଗି ରହିଥିବା ଯୋଗୁଁ ଜିଲ୍ଲା ଏବଂ ପୁଲିସ ପ୍ରଶାସନ ତରଫରୁ କଡାକଡି ଯାଞ୍ଚ କରାଯାଉଛି। କୌଣସି ବାହାର ରାଜ୍ୟର ବ୍ୟକ୍ତିଙ୍କୁ ଜିଲ୍ଲା ଭିତରକୁ ପ୍ରବେଶ କରିବାକୁ ଦିଆଯାଉ ନାହିଁ। ଏଥିସହ ଅନ୍ୟ ଲୋକମାନେ ଯେଉଁମାନେ ଦୁଇଟି  ଭ୍ୟାକ୍‌ସିନ୍‌ ନେଇଛନ୍ତି କିମ୍ବା ୭୨ ଘଣ୍ଟା ପୂର୍ବରୁ ନିଜର କୋଭିଡ ଟେଷ୍ଟ କରାଇଛନ୍ତି ସେମାନଙ୍କୁ ହିଁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉଛି।

ଏଥିସହ ଲୋକମାନଙ୍କର କୋଭିଡ ପରୀକ୍ଷା ମଧ୍ୟ କରାଯାଉଛି। ତେବେ ଡିଆଇଜି ଶ୍ରୀ ପଣ୍ଡିତ ସମସ୍ତ ପ୍ରସ୍ତୁତି ନେଇ ଖୁସି ଜାହିର କରିବା ସହ ଆଗକୁ ଆହୁରି ପ୍ରବାସୀଙ୍କ ଆଗମନ ହେବାକୁ ଥିବା ବେଳେ କଡାକଡି ଯାଞ୍ଚ କରିବା ପାଇଁ କୁହାଯାଇଥିବା ଜଣାପଡିଛି। ଆଜି ସୁଦ୍ଧା ୫ ହଜାରରୁ ଉର୍ଦ୍ଧ୍ବ ପ୍ରବାସୀ ମୋଟୁ ରାସ୍ତା ଦେଇ ଜିଲ୍ଲାକୁ ଫେରିଲେଣି। ତେବେ ସତର୍କତା ଅବଲମ୍ବନ ନକଲେ ଆଗକୁ ବିପଦ ରହିଥିବା କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe