ସମର୍ଥକ-ଅନୁଗତଙ୍କ ବୈଠକରେ ନିଷ୍ପତ୍ତି: ବିଜୟ ମହାପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ଦିଲୀପ ରାୟ

Advertisment
ସମର୍ଥକ-ଅନୁଗତଙ୍କ ବୈଠକରେ ନିଷ୍ପତ୍ତି: ବିଜୟ ମହାପାତ୍ରଙ୍କ ପାଇଁ ନିର୍ବାଚନ ପ୍ରଚାର କରିବେ ଦିଲୀପ ରାୟ

ରାଉରକେଲା: କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା ଆସନରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ତଥା ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟ ପ୍ରଚାର କରିବାକୁ ଗୁରୁବାର ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ପାନପୋଷସ୍ଥିତ ନିଜ ନିବାସ ‘କଲ୍ୟାଣୀ’ ଠାରେ ଆଜି ଅପରାହ୍ଣ ୪ଟାରେ ହୋଇଥିବା ସମର୍ଥକ ଓ ଅନୁଗତଙ୍କ ବୈଠକରେ ଦିଲୀପ ଏହି ନିଷ୍ପତ୍ତି ନେଇଛନ୍ତି। ଗଣମାଧ୍ୟମର ପ୍ରତିନିଧିଙ୍କୁ ଦିଲୀପ କହିଛନ୍ତି, ବିଜୟ ମହାପାତ୍ର ମୋର ବନ୍ଧୁ ଏବଂ ତାଙ୍କ ପାଇଁ ଯାହା ଦରକାର ତାହା ନିଶ୍ଚିତ ଭାବରେ କରିବି। କୌଣସି ଦଳରେ ଯୋଗ ଦେବିନି ବୋଲି ବିଜେପିର ପୂର୍ବତନ ବରିଷ୍ଠ ନେତା କହିଛନ୍ତି।

publive-image

ଦିଲୀପ ରାୟ କହିଛନ୍ତି, ବ୍ରାହ୍ମଣୀ ନଦୀ ଉପରେ ୨ୟ ପୋଲ ଏବଂ ରାଉରକେଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ସେ ଦୀର୍ଘ ଦିନରୁ ଦାବି କରି ଆସୁଛନ୍ତି। ବର୍ଷ ୨୦୧୪ ନିର୍ବାଚନ ପ୍ରଚାରରେ ନରେନ୍ଦ୍ର ମୋଦୀ ଏହି କାମ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ କରି ନାହାନ୍ତି। ବର୍ତ୍ତମାନ ଏହି କାମ ଯିଏ କରିପାରିବେ, ତାଙ୍କୁ ସମର୍ଥନ ଦେବି। ରାଉରକେଲାର ଆବଶ୍ୟକତାକୁ ଯିଏ ଅଗ୍ରାଧିକାର ଦେବ ତାକୁ ସମର୍ଥନ ଦେବାରେ କୌଣସି ଅସୁବିଧା ନାହିଁ ବୋଲି ସେ କହିଛନ୍ତି।

publive-image

ସୂଚନାଯୋଗ୍ୟ ବିଜେପିରୁ ଦିଲୀପ ପ୍ରାୟ ୪ ମାସ ତଳେ ଇସ୍ତଫା ଦେଇଥିଲେ। ମାତ୍ର ଦିଲୀପଙ୍କ ଇସ୍ତଫା ପତ୍ରକୁ ବିଜେପି ଗ୍ରହଣ କରି ନାହିଁ। ପୁଣି କିଛି ଦିନ ତଳେ ଦିଲୀପ ନବୀନ ନିବାସକୁ ମଧ୍ୟ ଯାଇଥିଲେ। ତପସ୍ପିନୀ ଏକ୍ସପ୍ରେସରେ ଆଜି ପୂର୍ବାହ୍ଣ ୭ଟା ୩୦ରେ ରାଉରକେଲା ପହଂଚିବା ପରେ ବିଭିନ୍ନ ଦଳର ନେତାମାନେ ଦିଲୀପଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ଦିଲୀପ ବିଭିନ୍ନ ଦଳର ନେତାଙ୍କ ସହ ସ୍ୱତନ୍ତ୍ର ଭାବେ ସଂକ୍ଷେପରେ ଆଲୋଚନା ମଧ୍ୟ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe