ଟ୍ରେନ୍‌ରୁ ଓହ୍ଲାଇ ନିଖୋଜ ଥିଲେ, ଜଙ୍ଗଲରୁ ଉଦ୍ଧାର ପରେ ମୃତ୍ୟୁ

Advertisment
ଟ୍ରେନ୍‌ରୁ ଓହ୍ଲାଇ ନିଖୋଜ ଥିଲେ, ଜଙ୍ଗଲରୁ ଉଦ୍ଧାର ପରେ ମୃତ୍ୟୁ

ବାମରା: ସମଲେଶ୍ବରୀ ଏକ୍ସପ୍ରେସରୁ ଓହ୍ଲାଇ ନିଖୋଜ ପଶ୍ଚିମବଙ୍ଗ ରାଜ୍ୟ ଦାର୍ଜିଲିଂ ଅଞ୍ଚଳର ଆଲୁଇସ ଲେପଚା (୫୬)ଙ୍କ ମୃତ୍ୟୁ ହୋଇଛି। ପରିବାର ଲୋକଙ୍କ ସହିତ ସମ୍ବଲପୁର ବୁଲିବାକୁ ବାହାରିଥିଲେ। ସେମାନେ ସମଲେଶ୍ବରୀ ଏକ୍ସପ୍ରେସ ଟ୍ରେନରେ ଯାତ୍ରା କରୁଥିବା ବେଳେ ସୋମବାର ସକାଳ ପ୍ରାୟ ୬.୩୦ଟାରେ ଆଲୁଇସ କୌଣସି କାମରେ ଗଡ଼ପୋଷ କିମ୍ବା ବାମରା ରେଳ ଷ୍ଟେସନରେ ଓହ୍ଲାଇଥିଲେ। ମାତ୍ର ଟ୍ରେନ ଛାଡ଼ି ଦେବାରୁ ସେ ଆଉ ଟ୍ରେନ୍‌ରେ ଚଢ଼ି ନ ପାରି ନଥିଲେ। ଖୋଜାଖୋଜି କରି ନ ପାଇବାରୁ ପରିବାର ଲୋକେ ଝାରସୁଗୁଡା ରେଳ ଷ୍ଟେସନରେ ନିଖୋଜ ମାମଲା ଦାୟର କରିଥିଲେ।

ତାଙ୍କ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ କରାଯାଇଥିଲା। ମଙ୍ଗଳବାର ବାମରା ବ୍ଲକ ସଦର ମହକୁମା ଗୋବିନ୍ଦପୁର ପଞ୍ଚାୟତର ହରିପଡ଼ା କାଜୁ ବଗିଚା ପାଖରେ ତାଙ୍କୁ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ସରପଞ୍ଚ ବିମଲ ଲାକ୍ରା ଆମ୍ବୁଲାନ୍ସ ଯୋଗେ ବାମରା ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ବିଷୟରେ ଖବର ଦିଆଯିବା ପରେ ପରିବାରେ ଲୋକେ ଏଠାରେ ପହଞ୍ଚିଛନ୍ତି। ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି। ବୁଧବାର ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡ଼ିଛି। ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe