ଏଖରଜାତ ମାହଲ ଜମି ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ନରଣଗଡ଼ ସଂଗ୍ରାମ ସମିତିର ଆଲୋଚନା

ଏଖରଜାତ ମାହଲ ଜମି ସମସ୍ୟା ନେଇ ଜିଲ୍ଲାପାଳଙ୍କ ସହ ନରଣଗଡ଼ ସଂଗ୍ରାମ ସମିତିର ଆଲୋଚନା

Sambad

ଖୋର୍ଦ୍ଧା: ନରଣଗଡ଼ ଆଦି ପଞ୍ଚାୟତରେ ଶ୍ରୀଜଗନ୍ନାଥଙ୍କ ମାଲିକାନାରେ ଥିବା ଏଖରଜାତ ମାହଲ ଜମିକୁ ରାଜ୍ୟ ସରକାରଙ୍କ ମାଲିକାନାକୁ ପରିବର୍ତିତ କରିବା ପାଇଁ ଅନେକ ବର୍ଷ ଧରି ଦାବି ହେଉଥିଲା। ଏନେଇ ନରଣଗଡ଼ ଭିଟାମାଟି ବଞ୍ଚାୟ ସଂଗ୍ରାମ ସମିତି ପକ୍ଷରୁ ଧାରଣା, ଆନ୍ଦୋଳନ ଆଦି ହୋଇଥିଲା। ନିକଟରେ ୫-ଟି ସଚିବଙ୍କ ଗସ୍ତ ସମୟରେ ଏନେଇ ଦାବିପତ୍ର ଗ୍ରହଣ କରିବା ସହ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତିର ୭ ଦିନ ପରେ ଆଜି ସଂଗ୍ରାମ ସମିତିର ସଦସ୍ୟମାନେ ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟି ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଛନ୍ତି। ଆଜି ମଙ୍ଗବଳାର ପୂର୍ବାହ୍ନରେ ସଂଗ୍ରାମ ସମିତିର ସଭାପତି, ସମ୍ପାଦକ ଓ ଅନ୍ୟ କର୍ମକର୍ତାମାନେ ଜିଲ୍ଲାପାଳଙ୍କ ଅନୁପସ୍ଥିତରେ ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଭେଟି ପ୍ରତିଶ୍ରୁତି ଅନୁସାରେ ପ୍ରଶାସନ ପକ୍ଷରୁ କ’ଣ ପଦକ୍ଷେପ ନିଆଯାଇଛି ସେନେଇ ପଚାରି ବୁଝିଥିଲେ।

ଆଲୋଚନା ପରେ ସଂଗ୍ରାମ ସମିତି ପକ୍ଷରୁ ସୂଚନା ଦିଆଯାଇଛି ଯେ ୫-ଟି ସଚିବଙ୍କୁ ଦିଆଯାଇଥିବା ଦାବିପତ୍ରକୁ ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାର ଅତିରିକ୍ତ ଶାସନ ସଚିବଙ୍କ ନିକଟକୁ ପରବର୍ତୀ ପଦକ୍ଷେପ ପାଇଁ ପଠାଇଛନ୍ତି। ଚିଠି ସହ ଖୋର୍ଦ୍ଧା ଓ ଜଟଣୀ ତହସିଲର ଏଖରାଜାତ ମାହଲ ସମ୍ପର୍କରେ କରାଯାଇଥିବା ସର୍ଭେ ଓ ଭୋଗଦଖଲକାରୀଙ୍କ ବିବରଣୀ ପଠାଇଯାଇଛି। ଜିଲ୍ଲାପାଳ ମଧ୍ୟ ତାଙ୍କ ଉପରିସ୍ଥ ଅଧିକାରୀଙ୍କୁ ଏନେଇ ତ୍ବରିତ ପଦକ୍ଷେପ ନେବା ପାଇଁ ଅନୁରୋଧ କରିଥିବା ସୂଚନା ଦେଇଛନ୍ତି ବୋଲି ସଂଗ୍ରାମ ସମିତିର କର୍ମକର୍ତାମାନେ କହିଥିଲେ। ଆଜିର ସାକ୍ଷାତ ଆଲୋଚନାରେ ଗୋଦାବରୀଶ ଗୁମାନସିଂହ, ଯୁଧିଷ୍ଠିର ସୁନ୍ଦରାୟ, ବୈକୁଣ୍ଠନାଥ ମାର୍ଥା, ବିଜୟ କୁମାର ବେହେରା, ଦିବାକର ଭୋଇ, ରବୀନ୍ଦ୍ର ରାଉତରାୟଙ୍କ ସହ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe