ମନ୍ତ୍ରୀ, ବିଧାୟକଙ୍କ ସହ ଆଲୋଚନା ବିଫଳ

Advertisment

ପ୍ରତିଶ୍ରୁତିକୁ ଭରସା ନାହିଁ, ଘୋଷଣା କର: କ୍ରିୟାନୁଷ୍ଠାନ କମିଟି

ପ୍ରତିଶ୍ରୁତିକୁ ଭରସା ନାହିଁ, ଘୋଷଣା କର: କ୍ରିୟାନୁଷ୍ଠାନ କମିଟି

ମନ୍ତ୍ରୀ, ବିଧାୟକଙ୍କ ସହ ଆଲୋଚନା ବିଫଳ

ପଦ୍ମପୁର : ପଦ୍ମପୁର ଜିଲ୍ଲା ଗଠନ ଦାବିରେ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି ଚଳାଇଥିବା ଧାରଣାସ୍ଥଳକୁ ରବିବାର ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏବଂ ବିଧାୟକ ସୁଶାନ୍ତ ସିଂହ ପହଞ୍ଚି ଆଲୋଚନା କରିଥିଲେ। ତେବେ ଏହି ଆଲୋଚନା ଫଳପ୍ରଦ ହୋଇ ନାହିଁ। ମନ୍ତ୍ରୀ ଶ୍ରୀ ପୂଜାରୀ ମୁଖ୍ୟମନ୍ତ୍ରୀଙ୍କ ସହିତ ଜିଲ୍ଲା ଗଠନ ଦାବି ସଂପର୍କରେ ଆଲୋଚନା କରିବା ପାଇଁ ଏକ ପ୍ରତିନିଧି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ। ମାତ୍ର ସେଥିରେ କ୍ରିୟାନୁଷ୍ଠାନ କମିଟି ସହମତ ହୋଇ ନ ଥିଲା। ଜିଲ୍ଲା ଗଠନ ପାଇଁ ପ୍ରତିଶ୍ରୁତି ଦରକାର ନାହିଁ, ଘୋଷଣା ଆବଶ୍ୟକ ବୋଲି ଆନ୍ଦୋଳନକାରୀମାନେ କହିଥିଲେ। ଆଗାମୀ ଦିନରେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ବୋଲି ଅଜିତ ଶତପଥୀ, ଚିନ୍ମୟ ପଣ୍ଡା, ଶାନ୍ତନୁ ତ୍ରିପାଠୀ କହିଥିଲେ।

ଅପରପକ୍ଷରେ ଜିଲ୍ଲା ଗଠନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହିତ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଆଲୋଚନା ସକରାତ୍ମକ ବୋଲି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଦେଇଥିବା ବିଜ୍ଞପ୍ତି ନେଇ କମିଟି ପ୍ରଶ୍ନ କରିଥିଲା। ନିକଟ ଅତୀତରେ କେବେ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହେଲା ବୋଲି କମିଟିର ସଦସ୍ୟ ପ୍ରଶ୍ନ କରିଥିଲେ। ୨୦୧୯ ମସିହାରେ ମୁଖ୍ୟମନ୍ତ୍ରୀ ଜିଲ୍ଲା ଗଠନ ନେଇ ଆଲୋଚନା କରିଥିଲେ। ପ୍ରତିଶ୍ରୁତି ବି ଦେଇଥିଲେ। ପୁରୁଣା ଘଟଣାବଳୀକୁ ନେଇ ଏବେ କାହିଁକି ପ୍ରେସ୍‌ ବିଜ୍ଞପ୍ତି ଜାରି ହେଲା ବୋଲି କମିଟିର ସଦସ୍ୟ ପ୍ରଶ୍ନ କରିଥିଲେ। ଏନେଇ ଯୁକ୍ତିତର୍କ ଆରମ୍ଭ ହେବା ପରେ ବିଧାୟକ ଶ୍ରୀ ସିଂହ ସେଠାରୁ ଉଠିଯିବାକୁ ବାହାରିଥିଲେ। ହେଲେ କମିଟିର ସଦସ୍ୟମାନେ ଆଲୋଚନା ବଢ଼ାଇବାକୁ ଅନୁରୋଧ କରିଥିଲେ। ଯଦି ମୁଖ୍ୟମନ୍ତ୍ରୀ ବାସ୍ତବରେ ଆଲୋଚନା କରିବାକୁ ରାଜି ଅଛନ୍ତି, ତେବେ ବିଧିବଦ୍ଧ ଭାବେ ଚିଠି ଲେଖି ଅବଗତ କରିବାକୁ କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ ଦାବି କରିଥିଲେ। ମୋଟାମୋଟି ଭାବେ ଯୁକ୍ତିତର୍କ ଭିତରେ ଆଲୋଚନା ଶେଷ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe