ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଉପକରଣ ବଣ୍ଟନ

Advertisment
ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଉପକରଣ ବଣ୍ଟନ

Sambad

ରାୟଗଡା: ଗତ ୨୨ ତାରିଖରୁ ସୋମବାର ପର୍ଯ୍ୟନ୍ତ ଦିବ୍ୟାଙ୍ଗମାନଙ୍କ ପାଇଁ ଏକ ସପ୍ତାହ ବ୍ୟାପୀ ସଚେତନତା ଅଭିଯାନ ଚାଲିଛି। ଏହି ଅବସରରେର ସ୍ଥାନୀୟ ନୂତନ ଜ୍ଞାନ ବର୍ଦ୍ଧିନି ସୂତନ୍ତ୍ର ବିଦ୍ୟାଳୟ ପରିସରରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ନିବେଦିତା ପଣ୍ଡାଙ୍କ ତତ୍ବାବଧାନରେ ଦିବ୍ୟାଙ୍ଗ ମାନଙ୍କୁ ଭିନ୍ନକ୍ଷମ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ନୂତନ ଜ୍ଞାନ ବର୍ଦ୍ଧିନି ସୂତନ୍ତ୍ର ବିଦ୍ୟାଳୟର ଅଧ୍ୟକ୍ଷ ଜୟଦେବ ବାଙ୍କ, ଉପଖଣ୍ଡ ସାମାଜିକ ସୁରକ୍ଷା  ଅଧିକାରୀ  ଶ୍ରୀକାନ୍ତ କୁମାର ପାଣିଗ୍ରାହୀ, ମୁଖ୍ୟ ବକ୍ତା ଭାବେ ଭାରପ୍ରାପ୍ତ ଗୋଷ୍ଠୀ ସାମାଜିକ ସୁରକ୍ଷା  ଅଧିକାରୀ ପ୍ରଭାତ କୁମାର ଶବର, ସମ୍ମାନିତ ଅତିଥି ଭାବେ ପ୍ରୋଗ୍ରାମ୍ ଆସିଷ୍ଟାଣ୍ଟ ରାଜଶେଖର ପେଦିନା, ଥେରାପିଷ୍ଟ ଟି. ଦାମୋଦର ଚାନ୍ଦ, ଶିକ୍ଷକ ସୁବିନାଥ ବଗର୍ତ୍ତୀ, ନମିତା ମହାକୁଡ ପ୍ରମୁଖ ଉପସ୍ଥିତ ଥିଲେ।

ଅତିଥି ମାନଙ୍କ ଦ୍ବାରା ୩ଟି ସିପି ଚୌକି, ୩ଟି ଟ୍ରାଇ ସାଇକଲ, ୨ଟି ଶ୍ରବଣ ଯନ୍ତ୍ର ଦିବ୍ୟାଙ୍ଗମାନଙ୍କୁ ବଣ୍ଟନ କରାଯାଇଥିଲା ଓ ବିଦ୍ୟାଳୟର ସମସ୍ତ କର୍ମଚାରୀ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ଓ ପରିଶେଷରେ ଶିକ୍ଷକ ଶ୍ରୀ ବଗର୍ତ୍ତୀ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe