କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବେଶକୁ ବଦଳାଇ ଦେଇଛି ଗୋଲାପ ଓ ଔଷଧୀୟ ବଗିଚା

କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବେଶକୁ ବଦଳାଇ ଦେଇଛି ଗୋଲାପ ଓ ଔଷଧୀୟ ବଗିଚା

Sambad

ଜୟପୁର: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ପରିବେଶକୁ ବଦଳାଇ ଦେଇଛି ଏହା ପରିସରରେ ଥିବା ଗୋଲାପ ଓ ଔଷଧୀୟ ବଗିଚା। ରଂଗ, ହଳଦୀ, ଧଳା ଆଦି ଭଳିକି ଭଳି ଗୋଲାପ ଫୁଲ ସାଙ୍ଗକୁ ବିଭିନ୍ନ ଔଷଧୀୟ ଗଛ ଡାକ୍ତରଖାନାର ପରିବେଶକୁ ଭିନ୍ନ ରୁପ ଦେଇଛି। ପରିବେଶ ସୁସ୍ଥ , ସୁନ୍ଦର, ସତେଜ ରହିବା ଦ୍ବାରା ମାନସିକ ଚାପ ଦୂର ହେବା ସହ ଶାନ୍ତି ପାଉଛନ୍ତି ରୋଗୀ। କୋରାପୁଟରୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ଏଠାକୁ ସ୍ଥାନାନ୍ତର ପର ଠାରୁ ଏଠାରେ ଏହି ବଗିଚା ଆରମ୍ଭ କରାଯାଇଛି। ଏହାର ରକ୍ଷଣାବେକ୍ଷଣ ବି ଜଣେ କର୍ମଚାରୀ ଦିନ ତମାମ ରହି କରି ଆସୁଛନ୍ତି।

publive-image Sambad

ରୋଗୀ ହୁଅନ୍ତୁ କି ତାଙ୍କ ସଂପର୍କୀୟ କିମ୍ବା ଅନ୍ୟ କେହି ବି ଡାକ୍ତରଖାନାକୁ ଆସିଲେ ଏହି ପରିବେଶକୁ ଦେଖି ଖୁସି ଜାହିର କରୁଛନ୍ତି। ସେଭଳି ଡାକ୍ତରଖାନାରେ ଚିକିତ୍ସାଧୀନ ଥିବା ରୋଗୀ ବି ସାମାନ୍ୟ ସୁସ୍ଥ ଅନୁଭବ କରିବା ପରେ ତଳକୁ ଏହି ବଗିଚା ଆଡେ ଘେରାଏ ବୁଲି ସୁସ୍ଥ ଅନୁଭବ କରି ଯାଉଥିବା ବି ଦେଖିବାକୁ ମିଳିଛି। ଏପରିକି କିଛି ଯୁବକ ଓ ଯୁବତୀ ସେଲଫି ନେବାକୁ ବି ଏଠାକୁ ଆସୁଥିବା ଦେଖିବାକୁ ମିଳିଛି। ଡାକ୍ତରଖାନା ଅପରିସ୍କାର, ଅପରିଛନ୍ନତା ବୋଲି କୁହାଯାଉଥିବା ବେଳେ ଏହାକୁ ଦୁର କରିଛି ଏହି ଗୋଲାଫ ଓ ଔଷଧ ବଗିଚା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe