ଯୋଗ କରିବା ଦ୍ୱାରା ମଣିଷ ସୁସ୍ଥ ରହିଥାଏ: ସାଂସଦ

Advertisment

ଭଦ୍ରକରେ ଜିଲ୍ଲାସ୍ତରୀୟ ଯୋଗ ଦିବସ 

ଭଦ୍ରକରେ ଜିଲ୍ଲାସ୍ତରୀୟ ଯୋଗ ଦିବସ 

ଯୋଗ କରିବା ଦ୍ୱାରା ମଣିଷ ସୁସ୍ଥ ରହିଥାଏ: ସାଂସଦ
ଭଦ୍ରକ: ଭଦ୍ରକରେ ଆଜି ସ୍ଥାନୀୟ ନେହେରୁ ଷ୍ଟାଡିୟମ ଠାରେ ଜିଲ୍ଲାସ୍ତରୀୟ ବିଶ୍ୱ ଯୋଗ ଦିବସ ପାଳିତ ହୋଇଯାଇଛି। ଏହି ଯୋଗ ଦିବସରେ ଯୋଗ ଗୁରୁମାନେ ଯୋଗ ଦେଇ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ଭଦ୍ରକ ଲୋକସଭା ସାଂସଦ ଅଭିମନ୍ୟୁ ସେଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଯୋଗର ମାହାତ୍ମ୍ୟ ଓ ଉପକାରିତା ସମ୍ପର୍କରେ ନିଜର ବକ୍ତବ୍ୟ  ରଖିଥିଲେ। ଯୋଗ କରିବା ଦ୍ୱାରା ମଣିଷ ସୁସ୍ଥ ରହିଥାଏ ବୋଲି  ସାଂସଦ ଶ୍ରୀ ସେଠୀ ପ୍ରକାଶ କରିଥିଲେ।
publive-image
ଏହି  ଅବସରରେ ସମ୍ମାନିତ ଅତିଥି ଭାବରେ  ଭଦ୍ରକର ଯୁବ ବିଧାୟକ ସୀତାଂଶୁ  ଶେଖର ମହାପାତ୍ର ଯୋଗ ଦେଇ ଯୋଗ ଶିକ୍ଷାର ଆଭିମୁଖ୍ୟ ସମ୍ପର୍କରେ ପ୍ରକାଶ କରିଥିବା ବେଳେ ଯୋଗ କରିବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ମଣିଷର ଜୀବନ ଧାରଣ ପ୍ରକ୍ରିୟାରେ ଅନେକ ସତେଜ ରହିଥାଏ। ମଣିଷ ଉଭୟ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରହିଥାଏ ବୋଲି ଶ୍ରୀ ମହାପାତ୍ର ପ୍ରକାଶ କରିଥିଲେ। ଏହି ସଭାରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳୀରମ  ବନ୍ଦୋର, ଏସ.ପି ବରୁଣ ଗୁଣ୍ଠୁପାଳିଙ୍କ ସମେତ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ। ଏହି ଶିବିରରେ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ଯୋଗ ଭ୍ୟାସ କରିଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe