ମୟୂରଭଂଜରେ ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁକନ୍ୟା ଦିବସ ପାଳିତ

ମୟୂରଭଂଜରେ ଜିଲ୍ଲା ସ୍ତରୀୟ ଜାତୀୟ ଶିଶୁକନ୍ୟା ଦିବସ  ପାଳିତ

ବାରିପଦା: ମୟୂରଭଂଜରେ ଜାତୀୟ ଶିଶୁକନ୍ୟା ଦିବସ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ମୟୂରଭଂଜ ଜିଲ୍ଲାପ୍ରଶାସନ ତତ୍ୱାବଧାନରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ କୋଭିଡ କଟକଣା ଭିତରେ ଆଜି ମୟୂରଭଂଜ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦଘାଟନ କରିବା ସହିତ ଝିଅ ମାନଙ୍କୁ ଆଗକୁ ବଢିବା ପାଇଁ ଜିଲ୍ଲା ପ୍ରସାଶନ ପକ୍ଷରୁ ସେମାନଙ୍କର ଶିକ୍ଷା, ସ୍ବାସ୍ଥ୍ୟ ତତା ଦକ୍ଷତା ବିକାଶ ଦିଗରେ ସମ୍ପୂର୍ଣ୍ଣ ଭାବରେ ସହଯୋଗ କରାଯିବ ବୋଲି କହିଥିଲେ। ବାଲ୍ୟ ବିବାହକୁ ଅସ୍ବୀକାର କରି ପାଠପଢୁଥିବା ୧୧ଜଣ ଝିଅଙ୍କୁ ଜିଲ୍ଲାପାଳ ଏହି ଅବସରରେ ସମ୍ମାନୀତ କରିଥିଲେ। ସାରସକଣା ବ୍ଲକର ପୋଖରୀଡିହା ଓ ଶିଲଫଡି ଗ୍ରାମପଂଚାୟତ ଏବଂ ବଡସାହି ବ୍ଲକର ବଳଭଦ୍ରପୁର ଗ୍ରାମପଂଚାୟତ ସମେତ ଜିଲ୍ଲାର ୨୦୭ଟି ଗ୍ରାମକୁ ବାଲ୍ୟ ବିବାହ ମୁକ୍ତ ଗ୍ରାମପଂଚାୟତ /ଗ୍ରାମ ଭାବରେ ଘୋଷଣା କରାଯାଇଥିଲା।

ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ରୂପଭାନୁ ମିଶ୍ର, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଅନୁଶୟା ସାହୁ, ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତରନ ମହାପାତ୍ର, ଶିଶୁମଙ୍ଗଳ ସମିତିର ଅଧ୍ୟକ୍ଷ କୃଷ୍ଣକଳ୍ପନା ମହାନ୍ତି, କିଶୋର ନ୍ୟାୟ ବୋର୍ଡର ସଦଶ୍ୟ ସ୍ବର୍ଣ୍ଣଜିତ ମହାପାତ୍ର, ଅରମାସର ଡେପୁଟି ସିଇଓ ବିମାନ ଚନ୍ଦ୍ର ମଲ, ସମଗ୍ରଶିକ୍ଷା ଅଭିଯାନର ଆଦିବାସୀ ଉନ୍ନୟନ ସଂଯୋଜକ ସପନ କୁମାର ପୃଷ୍ଟି ପ୍ରମୁଖ ଯୋଗଦେଇ ଶିଶୁକନ୍ୟା ମାନଙ୍କ ଗୁରୁତ୍ୱ ଏବଂ କିଶୋରୀ ବାଳିକା ମାନଙ୍କ କଲ୍ୟାଣ ପାଇଁ ଉଦିଷ୍ଟଥିବା ବିଭିନ୍ନ ସରକାରୀ ଯୋଜନା ଗୁଡିକ ଏପରେ ଉପରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ।

publive-image

ଗୋପବନ୍ଧୁ ବାଳାଶ୍ରମର ଅନ୍ତେବାସୀ ମାନେ କନ୍ୟା ସନ୍ତାନର ଗୁରୁତ୍ୱ ଉପରେ ଏକ କ୍ଷୁଦ୍ର ନାଟକ ପରିବେଷଣ କରିଥିଲେ। ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରିଣୀ ମମତାମୟୀ ବିଶ୍ୱାଳ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ, ଚାଇଲ୍ଡ ଲାଇନର ସଂଯୋଜକ ପ୍ରମୋଦ କୁମାର ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ସଭାରେ ଜିଲ୍ଲାର ସମସ୍ତ ଶିଶୁ ବିକାଶ ପ୍ରକଲ୍ପ ଅଧିିକାରୀ, କିଶୋରୀ ବାଳିକା ସ୍ବୟଂ ସିଦ୍ଧାର ସଦଶ୍ୟ, ଶିଶୁଯତ୍ନ ଅନୁଷ୍ଠାନର ଏ‘ବାସୀ ମାନେ ଉପସ୍ଥିତ ଥିବା ବେଳେ, ଜିଲ୍ଲା ସିଶୁସୁରକ୍ଷା ୟୁନିଟର ଆଇନ ପ୍ରବେଶନ ଅଧିକାରୀ ବବିତା ସାହୁ, ପରାମର୍ଶଦାତା ଦିଲ୍ଲୀପ କୁମାର ପଣ୍ଡା, ଏକାଉଟାଣ୍ଟ ବ୍ରଜକିଶୋର ଖୁଂଟିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe