ଜିଲ୍ଲାସ୍ତରୀୟ ମାଧ୍ୟମିକ ଶ୍ରେଣୀ ବିଜ୍ଞାନମେଳା ପ୍ରସ୍ତୁତି ବୈଠକ

ଜିଲ୍ଲାସ୍ତରୀୟ ମାଧ୍ୟମିକ ଶ୍ରେଣୀ ବିଜ୍ଞାନମେଳା ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ଅଗଷ୍ଟ ୫ ତାରିଖରେ ଗୁରୁଜଙ୍ଗ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ମାଧ୍ୟମିକ ଶ୍ରେଣୀ ବିଜ୍ଞାନମେଳା ଅନୁଷ୍ଠିତ ହେବ। ଏନେଇ ବିଦ୍ୟାଳୟ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ସୁରେଶ କୁମାର ପାଣି ଅଧ୍ୟକ୍ଷତା କରିଥିଲେ। ବିଜ୍ଞାନମେଳା ସମ୍ପର୍କରେ ସୂଚନା ଦେଇ ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ସରୋଜ କୁମାର ସିଂହ କହିଥିଲେ ଯେ ଏହି ମେଳାରେ ୧୦ଟି ବ୍ଲକରୁ ମନୋନୀତ ହୋଇଥିବା ୧୦୦ଟି ପ୍ରକଳ୍ପ ସ୍ଥାନ ପାଇବ। ଏହାର ପରିଚାଳନା ପାଇଁ ବିଭିନ୍ନ କମିଟି ଗଠନ କରାଯାଇଛି। ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଓଷ୍ଟାର ଖୋର୍ଦ୍ଧା ସମ୍ପାଦକ ସୁଧାକର ମହାପାତ୍ର, ପ୍ରଧାନଶିକ୍ଷକ ଗଣେଶ୍ବର ମିଶ୍ର, ବରିଷ୍ଠ ବିଜ୍ଞାନ ଶିକ୍ଷକ ବିଭୂ ପ୍ରସାଦ ସେନାପତି, ତୋଫାନ୍‌ କୁମାର ରାଉତରାୟ, ଆଞ୍ଚଳିକ ସାଧନକେନ୍ଦ୍ର ସଂଯୋଜକ ଯୁଧିଷ୍ଠିର ସାହୁ, ରବୀନ୍ଦ୍ର ପ୍ରଧାନ, ରବିନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe