ସପ୍ତମ ବେତନ କମିସନ ଲାଗୁ କରିବାକୁ ନେଇ ଜିଲ୍ଲା ଶିକ୍ଷକ ସଂଘର ଧାରଣା

Advertisment
ସପ୍ତମ ବେତନ କମିସନ ଲାଗୁ କରିବାକୁ ନେଇ ଜିଲ୍ଲା ଶିକ୍ଷକ ସଂଘର ଧାରଣା

Sambad

ମାଲକାନଗିରି: ୧୯୯୪-୯୫ ମସିହାରେ ନିୟମିତ ହୋଇଥିବା ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ସପ୍ତମ ବେତନ ଗ୍ରେଡ ପେ’ ୨୮୦୦ ଟଙ୍କା ଦେବା ସଂପର୍କରେ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ ଜିଲ୍ଲା ଶିକ୍ଷାଧିକାରୀଙ୍କ ଉଦାସୀନତା ଯୋଗୁଁ ଏହା କାର୍ଯ୍ୟକାରୀ ହୋଇ ପାରୁନଥିବା ନେଇ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର ସଭାପତି ରଞ୍ଜିତ ନାୟକଙ୍କ ନେତୃତ୍ବରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ଏହି ଦାବି ତୁରନ୍ତ ପୂରଣ ନହେଲେ ଆସନ୍ତା ୩୦ ତାରିଖ ଦିନ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ବୋଲି ଚେତାବନୀ ଦିଆଯାଇଥିଲା। ଏନେଇ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରାଯାଇଥିବା କୁହାଯାଇଥିଲା। କିନ୍ତୁ ନା ଜିଲ୍ଲା ଶିକ୍ଷାଧିକାରୀ ଶିକ୍ଷକ ସଂଘର ଦାବିକୁ ମାନିଲେ ନା ଜିଲ୍ଲାପାଳ ଏନେଇ କୌଣସି ପଦକ୍ଷେପ ନେଲେ। ତେଣୁ ପୂର୍ବ ନିର୍ଧାରିତ ସମୟ ଅନୁଯାୟୀ ଆଜି ଜିଲ୍ଲା ଶିକ୍ଷକ ସଂଘ ତରଫରୁ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଛି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଛି। ଆଜି ଜିଲ୍ଲା ଶିକ୍ଷକ ସଂଘର ସଭାପତି ରଞ୍ଜିତ ନାୟକଙ୍କ ନେତୃତ୍ବରେ ଶତାଧିକ ଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଉପସ୍ଥିତ ରହି ଧାରଣାରେ ବସିଥିଲେ।

ସଂଘର କହିବା ଅନୁଯାୟୀ, ୨୮୦୦ ଗ୍ରେଡର ଶିକ୍ଷକ ମାନଙ୍କୁ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ନମ୍ବର ୨୪୩୫୯ ଅନୁଯାୟୀ ଆରଏସିପି ଦିଆଗଲା ଏବଂ ୪୨୦୦ ଗ୍ରେଡ ପେ’ ଦିଆଗଲା। ତେବେ ଏନେଇ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଓଡିଶା ପ୍ରଶାସନିକ ନ୍ୟାୟାଧୀକରଣଙ୍କ ଦ୍ବାରସ୍ତ ମଧ୍ୟ ହୋଇଥିଲେ। ଓଡିଶା ଟ୍ରିବ୍ୟୁନାଲ ଏହା ଉପରେ ରିହାତିଦେଶ ଜାରି କରି ୪୨୦୦ ଗ୍ରେଡ ପେ’ ଦେବାକୁ ନିର୍ଦେଶ ଦେଇଥିଲେ। ଓଡିଶା ଟ୍ରିବ୍ୟୁନାଲଙ୍କ ରିହାତିଦେଶ ଏବଂ ୪୨୦୦ ଗ୍ରେଡ ପେ’କୁ ଦେବା ବିରୋଧରେ ଓଡିଶା ସରକାର ଉଚ୍ଚ ନ୍ୟାୟାଳୟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଓଡିଶା ଉଚ୍ଚ ନ୍ୟାୟାଳୟଙ୍କ ନିଷ୍ପତ୍ତି ଆଜି ପର୍ଯ୍ୟନ୍ତ ହୋଇ ପାରିନାହିଁ। ଏହାରି ଭିତରେ କେତେକ ଶିକ୍ଷକ ଓ ଶିକ୍ଷୟତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଆଉ କେତେକ ଶିକ୍ଷକ ଶିକ୍ଷୟତ୍ରୀ ଅବସର ଗ୍ରହଣ କରି ସାରିଲେଣି। ତେଣୁ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ନ୍ୟାର୍ଯ୍ୟ ଦାବିକୁ ତୁରନ୍ତ ପୂରଣ କରାଯାଉ ବୋଲି ଦାବି କରାଯାଇଛି। ଆଜିର ଏହି ଧାରଣାରେ ଜିଲ୍ଲାର ଶତାଧିକ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe