ଖୋର୍ଦ୍ଧା: ୧ଲକ୍ଷ ହେକ୍ଟର ଜମିରେ ଧାନ ଚାଷ, ୬୦ ହଜାର ଜମିକୁ ପାଣି, ୭ହଜାର କ୍ୱିଣ୍ଟାଲ ବିହନ ବଣ୍ଟନ ପାଇଁ ଲକ୍ଷ୍ୟ

Advertisment

ଖରିଫ ୨୦୨୨-୨୩ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଖରିଫ ୨୦୨୨-୨୩ ନେଇ ଜିଲ୍ଲାସ୍ତରୀୟ ପ୍ରସ୍ତୁତି ବୈଠକ

ଖୋର୍ଦ୍ଧା: ୧ଲକ୍ଷ ହେକ୍ଟର ଜମିରେ ଧାନ ଚାଷ, ୬୦ ହଜାର ଜମିକୁ ପାଣି, ୭ହଜାର କ୍ୱିଣ୍ଟାଲ ବିହନ ବଣ୍ଟନ ପାଇଁ ଲକ୍ଷ୍ୟ

Sambad

ଖୋର୍ଦ୍ଧା: ଖରିଫ ୨୦୨୨-୨୩ରେ ୧ଲକ୍ଷ ୨୦ହଜାର ହେକ୍ଟର ମୋଟ ଚାଷ ଜମି ମଧ୍ୟରୁ ପ୍ରାୟ ୧ଲକ୍ଷ ହେକ୍ଟର ଚାଷ ଜମିରେ ଧାନ ଚାଷ କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏହା ମଧ୍ୟରୁ ପ୍ରାୟ ୬୦ହଜାର ହେକ୍ଟର ଜମିକୁ ପାଣି ଓ ୭ହଜାର କ୍ୱିଣ୍ଟାଲ ଧାନ ବିହନ ଯୋଗାଇଦେବାକୁ ଲକ୍ଷ୍ୟ ରଖାଯାଇଥିବା ନେଇ ଆଜି ଅନୁଷ୍ଠିତ ଜିଲ୍ଲାସ୍ତରୀୟ କୃଷି ରଣନୀତି ବୈଠକର ଆଲୋଚନାରୁ ଜଣାଯାଇଛି। ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଆଜି ଅପରାହ୍ନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ ଅଧ୍ୟକ୍ଷତା କରିଥିଲେ। ବୈଠକରୁ ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ମୋଟ ୧ଲକ୍ଷ ୨୦ହଜାର ୧୫୦ ହେକ୍ଟର ଚାଷ ଜମି ରହିଛି। ଏହା ମଧ୍ୟରୁ ୨୦୨୨-୨୩ ଖରିଫ ଋତୁରେ ୧ଲକ୍ଷ ୩ହଜାର ୧୬୦ହେକ୍ଟର ଜମିରେ ଧାନ ଚାଷ କରାଯିବ। ଧାନ ଚାଷ ହେଉଥିବା ମୋଟ ଜମି ମଧ୍ୟରୁ ୬୦ହଜାର ୪୫୬ ହେକ୍ଟର ଚାଷ ଜମିକୁ ଜଳସେଚନର ସୁବିଧା ସହ ୬୮୦୦ କ୍ୱିଣ୍ଟାଲ ବିହନ ବଣ୍ଟନ କରାଯିବା ନିଶ୍ଚିତ କରାଯିବ।

କେବଳ ଏହାନୁହେଁ ଧାନ ଚାଷ ହେଉଥିବା ଜମିରୁ ଚଳିତବର୍ଷ ୨୭୦୦ ହେକ୍ଟର ଜମିରେ ଅଣଧାନ ଚାଷ କରାଯିବ ଓ ଏନେଇ ୯ଶହ କିଣ୍ଟାଲ ବିହନ ଯୋଗାଇ ଦିଆଯିବ। ଚଳିତବର୍ଷ ପ୍ରତି ହେକ୍ଟର ପିଛା ୭୩.୪୫ କିଗ୍ରା ସାର ପ୍ରୟୋଗ କରିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ୧୦ହଜାର ମୃତ୍ତିକର ନମୁନା ପରୀକ୍ଷା କରାଯାଇ ମୃତ୍ତିକା ସ୍ୱାସ୍ଥ୍ୟକାର୍ଡ଼ ପ୍ରଦାନ କରାଯାଇଛି। ୨୦୨୨-୨୩ ଖରିଫ ଋତୁରେ କୃଷି ଯନ୍ତ୍ରପାତି, ସମନ୍ୱିତ କୃଷି ବ୍ୟବସ୍ଥା, କୃଷି ଋଣ, କୃଷି ପୋଖରୀ, ଜୈବିକ ଚାଷର ବୃଦ୍ଧି ସହ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାକୁ ଅଧିକ ସକ୍ରିୟ କରିବାକୁ ଅତିରିକ୍ତ ଜିଲ୍ଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ନିର୍ବାହୀ ଅଧିକାରୀ ଦିଗନ୍ତ ରାଉତରାୟ, କୃଷିବିଜ୍ଞାନ କେନ୍ଦ୍ରର ଗବେଷକ, ସିଆଇଏଫ୍ଏର ଅଧିକାରୀ ଓ ଅନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକକୁ ସହକାରୀ କୃଷି ନିର୍ଦେଶକ ସନ୍ତୋଷ କୁମାର ବିଶ୍ୱାଳ, ପଲ୍ଲବୀ ସାହୁ, ସହକାରୀ କୃଷି ଅଧିକାରୀ ତୁଷାରକାନ୍ତ ସାହୁ ଓ କୃଷି ବିଭାଗର ଅନ୍ୟ କର୍ମଚାରୀମାନେ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe