ଉମୁରୀ ରେଳପଥ ଦୋହରୀକରଣ ସେତୁ ନିର୍ମାଣ କାମ ପାଇଁ ଡାଇଭରସନ୍: ଜୟପୁର-ବୋରିଗୁମ୍ମା ଏନଏଚରେ ଭାରୀଯାନ ଚଳାଚଳ ବନ୍ଦ

Advertisment
ଉମୁରୀ ରେଳପଥ ଦୋହରୀକରଣ ସେତୁ ନିର୍ମାଣ କାମ ପାଇଁ ଡାଇଭରସନ୍: ଜୟପୁର-ବୋରିଗୁମ୍ମା ଏନଏଚରେ ଭାରୀଯାନ ଚଳାଚଳ ବନ୍ଦ

ଜୟପୁର: ସଂପ୍ରତି ଉମୁରୀ ନିକଟରେ ଜଗଦଲପୁର-କୋରାପୁଟ ରେଳପଥର ଦୋହରୀକରଣ କାମ ଚାଳିଛି। ଉମୁରୀ ଦେଇ ଯାଇଥିବା ଜାତୀୟ ରାଜପଥ ୨୬ରେ ବି ଏକ ସେତୁ ରହିବ। ଉପରେ ଭାରୀଯାନ, ବସ, ଟ୍ରକ , କାର ଆଦି ଚଳାଚଳ କରିବ ଏବଂ ତଳେ ଟ୍ରେନ ଆଦି ଯିବ। ଏଥି ପାଇଁ ଗତ କିଛି ମାସ ହେବ ସ୍ବତନ୍ତ୍ର ଉପାୟରେ ଏକ ସେତୁର ନିର୍ମାଣ କାମ ଜାତୀୟ ରାଜପଥରେ ଥିବା ଉମୁରୀ ରେଳସେତୁ ନିକଟରେ ହିଁ ନିର୍ମାଣ ଚାଳିଥିଲା। ସେଭଳି ଜାତୀୟ ରାଜପଥର ପ୍ରଶସ୍ତିକରଣ କାମ ବି ଜାରୀ ରହିଥିଲା। ପ୍ରଶସ୍ତିକରଣ କରାଯାଇଥିବା ରାସ୍ତା ସହ ଏହି ସେତୁକୁ ଯୋଡାଯିବ।

ତେଣୁ ଆସନ୍ତାକାଲି ଠାରୁ ଜୟପୁର ବୋରିଗୁମ୍ମା  ଜାତୀୟ ରାଜପଥ ୨୬ରେ ଭାରୀଯାନ, ଟ୍ରକ, ବସ ଆଦି ଚଳାଚଳକୁ ଆଜି ସଂଧ୍ୟାରୁ ବନ୍ଦ ରଖିବାକୁ ଜିଲ୍ଲାପାଳ ମହମଦ୍ଦ ଅବବ୍ଦାଲ ଆଖତର ଏକ ନିର୍ଦେଶ ନାମା ଜାରୀ କରିଥିବା କହିଛନ୍ତି ଏସଡିପିଓ ଅରୁପ ଅଭିଶେଖ ବେହେରା ଓ ଜୟପୁର ସଦରଥାନା ଅଧିକାରୀ ଆଦିତ୍ୟ ମହାକୁର। ଏହି ସେତୁର ସ୍ଥାନାନ୍ତର ଏବଂ କାମ ସରିବା ପର୍ଯ୍ୟନ୍ତ ଭାରୀଯାନ ଗୁଡିକ ବୋରିଗୁମ୍ମାର ଏସଡିପିଓଙ୍କ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ରାଣୀଗଡ ଦେଇ କୋରାପୁଟ ଦେଇ ଚଳାଚଳ କରିବେ। ବୋରିଗୁମ୍ମାରୁ ଜୟପୁର ଆସୁଥିବା ସମସ୍ତ ବସ କୋରାପୁଟ ଯାଇ ସେଠାରୁ ଜୟପୁର ଆସିବ।

ତେବେ ୪ଚକିଆ ଛୋଟ କାର, ବୋଲେରୋ, ବାଇକ୍ ଆଦି ପାଇଁ ଅଲଗା ରାସ୍ତା ପ୍ରଶାସନ ପକ୍ଷରୁ କରାଯାଇଛି। ଉମୁରୀ ଗାଁ ମଧ୍ୟ ଦେଇ ମକାପୁଟ ଦେଇ ଜୟପୁର ଆସି ପାରିବ। ଜୟପୁରରୁ ଯିବା ଛୋଟ ଗାଡ଼ି ଗୁଡ଼ିକ ଏନଏଚ୍ କାର୍ଯ୍ୟାଳୟ ସମ୍ମୁଖରୁ ମକାପୁଟ ଦେଇ ଉମୁରୀରେ ବାହାରି ଯିବାଆସିବା କରି ପାରିବେ ବୋଲି ସୂଚନା ଦିଆଯାଇଛି। ଡାଇଭରସନ୍ ରାସ୍ତା ଗୁଡ଼ିକରେ ଲୋକଙ୍କୁ ରାସ୍ତା ଜଣାଇବା ପାଇଁ ପୁଲିସ କର୍ମଚାରୀ ମାନେ ରାତି ଦିନ ଡ୍ୟୁଟି କରିବେ ବୋଲି କହିଛନ୍ତି ଏସଡିପିଓ ଓ ସଦରଥାନା ଅଧିକାରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe