shutterstock.com
ତୁଷୁରା: ବିଦ୍ୟୁତ ଖୁଣ୍ଟକୁ ଚଢି ମରାମତି କରୁଥିବା ସମୟରେ ବିଦ୍ୟୁତ ସଂସ୍ପର୍ଶରେ ଆସି ଜଣେ ଦିବ୍ୟାଂଗ ଯୁବକଙ୍କ ମୃତ୍ୟୁ ହୋଇଛି। ଦିବ୍ୟାଂଗ ଯୁବକ ବଲାଙ୍ଗୀର ଜିଲ୍ଲା ଗୁଡଭେଲା ବ୍ଳକ ଗମ୍ଭାରୀଗୁଡ଼ା ପଂଚାୟତ ଅନ୍ତରଗତ କନେରସିଂହା ଗ୍ରାମର ପଞ୍ଚମ କୋଶଲ (୩୫) ବୋଲି ଜଣାପଡିଛି। ଲାଏଟତରା ସ୍କୁଲରେ ଅଙ୍ଗନବାଡି ତରଫରୁ ଟିକା ଦିଆଯାଉଥିବାରୁ ପଂଚମ ନିଜ ଛୁଆକୁ ଟିକା ଦେବା ପାଇଁ ଆଣିଥୀଲେ। ଏହି ସମୟରେ କେହି ଜଣେ ଫ୍ୟୁଜ ବାନ୍ଧିବା ପାଇଁ କହିବାରୁ ବିଦ୍ୟୁତ ଖୁଂଟକୁ ଚଢି ଲାଇନ ସଜାଡୁଥିବା ବେଳେ ବିଦ୍ୟୁତ ସଂଷ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା । ଖବର ପାଇ ତୁଷୁରା ପୁଲିସ ଉକ୍ତ ସ୍ଥାନକୁ ଯାଇ ଶବ ଜଵତ କରି ତଦନ୍ତ ଆରମ୍ଭ କରାଯାଇ ଥିବା ତୁଷୁରା ପୁଲିସ ପକ୍ଷରୁ ପ୍ରକାଶ। ଉକ୍ତ ଯୁବକ ମୂକ ଓ ବଧିର ଥୀବା ଜଣାପଡିଛି।
Follow Us