ଦିବ୍ୟାଙ୍ଗ ଯୁବତୀ ଗର୍ଭବତୀ, ବିଧାୟକଙ୍କ ପିଏସଓ ଅଟକ

Advertisment
ହରିୟାଣା ଆଶ୍ରମରେ ୨ ନାବାଳିକାଙ୍କୁ ଦୁଷ୍କର୍ମ

Crisps News

ଫୁଲବାଣୀ: ଦିବ୍ୟାଙ୍ଗ ଯୁବତୀଙ୍କ ସହ ଶାରୀରିକ ସଂପର୍କ ରଖିବା ଓ ସେ ଗର୍ଭବତୀ ହେବା ଅଭିଯୋଗରେ ରବିବାର ବିବାଦ ଘେରକୁ ଆସିଛନ୍ତି ଫୁଲବାଣୀ ବିଧାୟକଙ୍କ ପିଏସଓ ତଥା କନେଷ୍ଟବଳ ହରିହର ବେହେରା ଓରଫ ପିଣ୍ଟୁ। ଏନେଇ ଖଜୁରୀପଡ଼ା ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ପିଣ୍ଟୁଙ୍କୁ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ଅନୁସାରେ, ଫୁଲବାଣୀ ସରକାରୀ କ୍ୱାର୍ଟରରେ ପିଣ୍ଟୁ ସପରିବାର ସହ ରହୁଥିବା ବେଳେ ସେଠାରେ ୨ ବର୍ଷ ହେଲା ଦିବ୍ୟାଙ୍ଗ ଯୁବତୀ ଜଣକ କାମ କରୁଥିଲେ। ବିଭିନ୍ନ ପ୍ରଲୋଭନ ଦେଖାଇ ପିଣ୍ଟୁ ତାଙ୍କ ସହ ଶାରୀରିକ ସଂପର୍କ ରଖିଥିଲେ। ତେବେ ୫ ମାସ ହେଲା ଯୁବତୀ ଜଣକ ନିଜ ଘରକୁ ଯାଇ ଆଉ ଆସି ନଥିଲେ। ଏବେ ଯୁବତୀଜଣକ ୩ ମାସର ଗର୍ଭବତୀ ଥିବା ଜଣାପଡ଼ିବା ପରେ ତାଙ୍କ ମା’ ଏନେଇ ଖଜୁରୀପଡ଼ା ଥାନାରେ ଏତଲା ଦେଇଛନ୍ତି। ପୁଲିସ ଏକ ମାମଲା ରୁଜୁ କରିବା ସହ ଦିବ୍ୟାଙ୍ଗ ଯୁବତୀଙ୍କ ଡାକ୍ତରୀ ପରୀକ୍ଷା କରିଛି। ପିଣ୍ଟୁଙ୍କୁ ଅଟକ ରଖି ପଚରାଉଚରା କରାଯାଉଛ।

ଅନ୍ୟପକ୍ଷରେ ପିଣ୍ଟୁ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। କୌଣସି ମନ୍ଦ ଉଦ୍ଦେଶ୍ୟ ରଖି ତାଙ୍କ ବିରୋଧରେ ଏଭଳି ସଂଗିନ୍‌ ଅଭିଯୋଗ ଅଣାଯାଇଛି ବୋଲି ସେ କହିଛନ୍ତି। ଏହାର ତଦନ୍ତ ସହ ପ୍ରକୃତ ଦୋଷୀଙ୍କୁ ଧରାଯାଉ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe