Telegraph India
ଯାଜପୁରସଦର: ଯାଜପୁର ଜିଲ୍ଲାରେ ସ୍ବାସ୍ଥ୍ୟସେବାରେ ଆସିବ ସୁଧାର। ଚଳିତ ଜୁନ୍ ମାସରେ ଜିଲ୍ଲାର ସମସ୍ତ ପ୍ରାଥମିକ ସ୍ବାସ୍ଥ୍ରକେନ୍ଦ୍ରରେ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି। ଫଳରେ ବର୍ଷବର୍ଷ ଧରି ନର୍ସ କିମ୍ବା ଫାର୍ମାସିଷ୍ଟଙ୍କ ହାତରେ ଚିକିତ୍ସିତ ହେଉଥିବା ଲୋକେ ଉତ୍ତମ ସେବା ପାଇବେ। କିଛିଦିନ ତଳେ ରାଜ୍ୟ ସରକାର ଯାଜପୁର ଜିଲ୍ଲାରେ ୩୩ ଜଣ ଏମବିବିଏସ୍ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି। ଏହି ଡାକ୍ତରମାନଙ୍କୁ ପ୍ରାଥମିକତା ଭିତ୍ତିରେ ଜିଲ୍ଲାର ସମସ୍ତ ପିଏଚ୍ସିରେ ନିଯୁକ୍ତି ଦିଆଯାଇଛି। ଯେଉଁ ଅଞ୍ଚଳରେ ଲୋକେ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ହେଉଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଶ୍ରୀବାଶିଷ ମହାରଣା ସେହି ଅଞ୍ଚଳରୁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଯାଜପୁର ଉପକାରାଗାରରେ ଜଣେ ଡାକ୍ତରଙ୍କୁ ନିଯୁକ୍ତି ମିଳିଛି। କାରାଗାରରେ ୨୫୦ ରୁ ଊର୍ଦ୍ଧ୍ବ ଅନ୍ତେବାସୀ ରହୁଛନ୍ତି।
ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଲେ ସେମାନଙ୍କୁ ଭିଡ଼ ଭିତରେ ମୁଖ୍ୟ ଚିକିତ୍ସାଳୟକୁ ଆଣି ପ୍ରାଥମିକ ସେବା ଦେବା ସହଜ ନୁହେଁ। ଏହାକୁ ଦୃଷ୍ଟିରେ ରଖି ସେଠାରେ ରିୟାଲିଟଲ ବଳଙ୍କୁ ଦାୟିତ୍ବ ମିଳିଛି। ଏହାବ୍ୟତୀତ ବନ୍ତଳା ପିଏଚ୍ସିରେ ନୀତୀଶ କୁମାର ମହନ୍ତ, ବିରୂପା ଗେଙ୍ଗୁଟି ପିଏଚ୍ସିରେ ରାଜେଶ କୁମାର ମିଶ୍ର, ଅରାବଳ ପିଏଚ୍ସିରେ ସୌମ୍ୟରଂଜନ ମହାନ୍ତି, ଆରୁହାରେ ସୌରଭ ସାହୁ, ଗଡ଼ମଧୁପୁରରେ ରାଜେଶ୍ବରୀ ମହାପାତ୍ର, ରାମଚନ୍ଦ୍ରପୁରରେ ଅପର୍ଣ୍ଣା ଶତପଥୀ, କୟାଁଗୋଲାରେ ଶୁଭଶ୍ରୀ ସାହୁ, ବଡ଼କୁଆଁଲରେ ରୁଚି ରାଜଶ୍ରୀ ପଣ୍ଡା, କମଲପୁରରେ ପ୍ରିୟଙ୍କା ପାଣିଗ୍ରାହୀ, ବରୀ କୃଷ୍ଣନଗର ପିଏଚ୍ସିରେ ଶୁଭସ୍ମିତା ପଣ୍ଡା, କଳାମାଟିଆ ସହୀଦପୀଠରେ ସତ୍ୟସୌମ୍ୟ ସାହୁ, ସୁକିନ୍ଦାର ଅତ୍ତାରେ ଶୁଭଲକ୍ଷ୍ମୀ ବିଶ୍ବାଳ, ଡୁବୁରୀରେ ହରପ୍ରିୟା ପୃଷ୍ଟି, କୋରେଇର ଦୁଲାଖାପାଟଣାରେ ପ୍ରଜ୍ଞାଭାରତୀ କର, ବିଂଝାରପୁରର ବରପଦାରେ ଶ୍ରୀୟା ସାମନ୍ତରାୟ, ଜରୀରେ ପ୍ରଜ୍ଞା ପରମିତା ଦାସ, ରାମଚନ୍ଦ୍ରପୁରରେ ପ୍ରେରଣା ସାମଲ, ଉତ୍ତଙ୍ଗରାରେ ସତ୍ୟ ନାରାୟଣ ସାମଲ, ହଳଦୀଡିହରେ ଅସୀତ ପ୍ରୀତମ ବେହେରା, ସିଂହପୁରରେ ପ୍ରିୟଦର୍ଶନ ମିଶ୍ର ଯୋଗ ଦେଇଛନ୍ତି। ସେହିପରି ମାର୍କଣ୍ଡପୁର ସିଏଚ୍ସି ଅଧୀନ ବରୁହାଁ ଛକରେ ସମରେଶ ସ୍ବାଇଁ ଏବଂ ସୁଜନପୁରରେ ଦିବ୍ୟଜ୍ୟୋତି ପ୍ରଧାନ ଯୋଗଦେଇଛନ୍ତି।
ଏହା ବାଦ୍ ଧର୍ମଶାଳା ସିଏଚ୍ସିରେ ସୋନାଲି ବିଶ୍ବାଳ, ସଂଘମିତ୍ରା ରାଉତ, ସୁକିନ୍ଦାରେ ସୌମ୍ୟାଂଶୁ ସେଠୀ ଏବଂ କୋରେଇ ସିଏଚ୍ସିରେ ଅଭିଷେକ ବେହେରା ଯୋଗ ଦେଇଛନ୍ତି। ଜିଲ୍ଲାକୁ ଆସିଥିବାକୁ ଥିବା ମୋଟ ୩୩ ଜଣ ଡାକ୍ତରଙ୍କ ମଧ୍ୟରୁ ୪ ଜଣ ଚନ୍ଦନ ସାହୁ, ଚିନ୍ମୟ କୁମାର ଭୂୟାଁ, ମନୀଷା ସ୍ବାଇଁ ଏବଂ ଅନ୍ବେଷା ଦେବତା ଯୋଗ ଦେଇ ପୁନର୍ବାର ଉଚ୍ଚଶିକ୍ଷା ପାଇଁ ଚାଲି ଯାଇଛନ୍ତି। ଅନ୍ୟପଟେ ଲୋକନାଥ ପଣ୍ଡା ଓ ଅସିତ ପଣ୍ଡା କାର୍ଯ୍ୟରେ ଯୋଗ ଦେଇନାହାନ୍ତି। ତେବେ ୨୭ ଜଣ ଚଳିତ ମାସରୁ ନିଜନିଜ କାର୍ଯ୍ୟକ୍ଷେତ୍ରରେ ସେବା ଆରମ୍ଭ କରିଥିବା ବେଳେ ପ୍ରଥମ ଥର ପାଇଁ ସମସ୍ତ ପିଏଚ୍ସିରେ ଡାକ୍ତର ନିଯୁକ୍ତି ସମ୍ଭବ ହୋଇପାରିଛି।
Follow Us