ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଧାର୍ଯ୍ୟ ଠାରୁ ଡ଼େର କମ୍ ରହିଛନ୍ତି ଡାକ୍ତର; ୭ମହଲା ପାଇଁ ସରିଲା ଟେଣ୍ଡର

Advertisment
ଜିଲ୍ଲା ମୁଖ୍ୟଚିକିତ୍ସାଳୟ, ଧାର୍ଯ୍ୟ ଠାରୁ ଡ଼େର କମ୍ ରହିଛନ୍ତି ଡାକ୍ତର; ୭ମହଲା ପାଇଁ ସରିଲା ଟେଣ୍ଡର

Sambad

ଜୟପୁର: ଜୟପୁରରେ ପୂର୍ବରୁ ଉପଖଣ୍ଡ ଡାକ୍ତରଖାନା ରହିଥିଲା। ଗତ ୨ବର୍ଷ ୮ମାସ ହେବ ଜୟପୁର ସହର ଠାରୁ ୫କିଲୋ ମିଟର ଦୂରରେ ଥିବା ଫୁଲବାଡ଼ସ୍ଥ ଶିଶୁ ଓ ମାତୃ ଡାକ୍ତରଖାନାକୁ କୋରାପୁଟରୁ ଜୟପୁରକୁ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ସ୍ଥାନାନ୍ତର ହୋଇ ଆସିଥିଲା। ପୂର୍ବରୁ ଲାଗି ରହୁଥିବା ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବାରେ ସୁଧାର ଆସିବ ବୋଲି ଲୋକେ ଆଶା କରିଥିଲେ।

ତେବେ ତାହା ନିରାଶ ହେବାକୁ ପଡ଼ିଛି। ଭିତ୍ତିଭୁମି, ଆନୁସଙ୍ଗିକ ସେବା ସୁବିଧାରେ ସୁଧାର ହୋଇ ପାରିନି। ଏବେ ବି କୋରାପୁଟରୁ ସିଟିସ୍କାନ ମେସିନ୍ ସହ ଅତ୍ୟାଧୁନିକ ଲାବରଟରୀ, କେନ୍ଦ୍ରୀୟ ଔଷଧାଗାର ଓ ଜୟପୁର ସହରରୁ ରକ୍ତଭଣ୍ଡାର ବି ସ୍ଥାନାନ୍ତର ହୋଇନି।। ଏବେ ବି ରୋଗୀଙ୍କ ସଂପର୍କୀୟ ମାନେ ବାହାରେ ରୋଷଇ କରି ଖାଇବା ଏବଂ ରହିବା ପାଇଁ ହଇରାଣ ହରକତ ହେଉଛନ୍ତି।

ସରକାରୀ ଧାର୍ଯ୍ୟ ସଂଖ୍ୟକ ବିଶେଷଜ୍ଞ ଡାକ୍ତର, ଷ୍ଟାଫ ନର୍ସ, ଟେକ୍ନିସିୟାନ, ଆଟେଣ୍ଡାଣ୍ଟ, ଫାର୍ମଶିଷ୍ଟ ଭଳି ବହୁ ପଦବୀ ଖାଲି ପଡ଼ି ରହିଛି। ଏପରିକି ବହୁ ବିଶେଷଜ୍ଞ ପଦବୀ ଖାଲି ପଡିଥିବାରୁ ରୋଗୀଙ୍କୁ କୋରାପୁଟ ଏସଏଲଏନ୍ ମେଡିକାଲକୁ ରେଫରାଲ କରାଯାଉଛି। କମ୍ ସଂଖ୍ୟକ ରୁମ ମଧ୍ୟରେ ଅଧିକା ରୋଗୀଙ୍କୁ ନେଇ ଡାକ୍ତରଖାନାଟି ଚାଳିଛି। ଯଦିଓ କ‌ରୋନାର ୨ଟି ସଂକ୍ରମଣ ମଧ୍ୟରେ ଅଳ୍ପ କେଇ ମାସ ରୋଗୀଙ୍କ ସଂଖ୍ୟା କମିଥିଲେ ହେଁ ଏବେ ଧିରେ ଧିରେ ସ୍ବାଭାବିକ ହୋଇଛି। ଦିନକୁ ବର୍ହିଃବିଭାଗକୁ ୫ଶହରୁ ଉର୍ଦ୍ଧ୍ବ ରୋଗୀ ଆସୁଥିବା ବେଳେ ୭୦ରୋଗୀ ଅନ୍ତଃବିଭାଗର ବିଭିନ୍ନ ୱାର୍ଡରେ ରହୁଛନ୍ତି।

ତେବେ ରାଜ୍ୟ ସରକାର ଏଠାରେ ୮୨କୋଟି ଟଙ୍କା ବ୍ୟାୟ କରି ୭ମହଲା ବିଶିଷ୍ଟ ତଥା ସାଢ଼େ ଦୁଇ ଶହ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା କରିବାକୁ ପରିକଳ୍ପନା କରିଛନ୍ତି। ଏହାରି ଟେଣ୍ଡର ସରିଥିବା ବେଳେ ଠିକା କଂପାନି ଏ ପର୍ଯ୍ୟନ୍ତ ଚୁକ୍ତି କରିନି ବୋଲି କହିଛନ୍ତି ପୂର୍ତ୍ତବିଭାଗ ଏସଡିଓ ଇଂ. ବିଜୟ ବେହେରା। ଯଦି ଜିଲ୍ଲା ମୁଖ୍ୟଚିକିତ୍ସାଳୟ ପାଇଁ ୧୦୬ଜଣ ବିଭିନ୍ନ ବର୍ଗର ବିଶେଷଜ୍ଞ ଡାକ୍ତର ରହିବା ପାଇଁ ଧାର୍ଯ୍ୟ କରାଯାଇଛି।

ତେବେ ଏଠାକୁ ୩୬ଜଣଙ୍କୁ ପୋଷ୍ଟିଂ କରାଯାଇଛି। ୩୬ଜଣଙ୍କ ମଧ୍ୟରୁ ୮ଜଣ ଆଉ ଆସୁନାହନ୍ତି। ୨ଜଣ କୋରାପୁଟ ‌ଏସଏଲଏନ୍ ମେଡିକାଲ କଲେଜ, ଜଣେ କୋରାପୁଟ ଜେଲ, ଜଣେ ପୁରୀ ଡେପୁଟେସନ, ଜଣେ ପୁଲିସ ହସ୍ପିଟାଲରେ କାର୍ଯ୍ୟ କରୁଛନ୍ତି। ୨ଜଣ କାହାରିକୁ ନଜଣାଇ ଓ ଜଣେ ଦୀର୍ଘ ଦିନ ଧରି ଛୁଟିରେ ରହିଛନ୍ତି। ବଳକା ୨୩ଜଣଙ୍କ ମଧ୍ୟରୁ କୋଭିଡ୍ ହସ୍ପିଟାଲରେ ୬ଜଣ ଡ୍ୟୁଟି କରୁଛନ୍ତି। ଏଭଳି ୧୭ଜଣ ଏତେ ବଡ଼ ହସ୍ପିଟାଲକୁ ସମ୍ଭାଳିବା କାଠିକାର ପାଠ।

କ‌ରୋନା ଆସିବା ପରେ ସାମାନ୍ୟ ରୋଗୀଙ୍କୁ ବି କୋରାପୁଟ ମେଡିକାଲ କଲେଜକୁ ରେଫରାଲ କରାଯାଉଛି। ରେପରାଲ କରିବାକୁ ଏହା ଅଧିକା ସୁଯୋଗ ସୃଷ୍ଟି କରିଛି। ବିଶେଷଜ୍ଞ ଡାକ୍ତର ନଥିବା ଓ ବିଭିନ୍ନ ପରୀକ୍ଷାର ଆବଶ୍ୟକତା ବାହାନା କରି ପଠାଯିବା ଯୁକ୍ତିଯୁକ୍ତ ନୁହେଁ ବୋଲି କହିଛନ୍ତି ରୋଗୀ  ସୁଦାମ ମହାନ୍ତି, ଓ ପି.ଭି.ଆର ରାଓ। ରକ୍ତଭଣ୍ଡାର ଓ ୨୪ଘଣ୍ଟିଆ ମେଡିକାଲ ଷ୍ଠୋର ଏଠାରେ ନଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି ବୋଲି କହିଛନ୍ତି ରାଧାଶ୍ୟାମ ପାଢ଼ୀ ଓ ସୁବାସ ମଣ୍ଡଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe