ଡ଼ା ବିନାୟକ ରଥଙ୍କ ପରଲୋକ 

ଡ଼ା ବିନାୟକ ରଥଙ୍କ ପରଲୋକ 

ରାଉରକେଲା: ଆଇଜିଏଚର ବରିଷ୍ଠ ଶଲ୍ୟ ଚିକିତ୍ସକ ତଥା ସହରର ଅନ୍ୟତମ ଜଣାଶୁଣା ବ୍ୟକ୍ତିତ୍ୱ ଡାକ୍ତର ବିନାୟକ ରଥ ଆଉ ନାହାନ୍ତି। ସେ ମାତ୍ର ୫୦ ବର୍ଷ ବୟସରେ ନିଜ ପତ୍ନୀ ଏବଂ କନ୍ୟା ସନ୍ତାନ କୁ ଛାଡି ଇହଲୀଳା ସମ୍ବରଣ କରିଛନ୍ତି।

ହୃଦଘାତ ସମେତ ଅନ୍ୟାନ୍ୟ ରୋଗରେ ଆକ୍ରାନ୍ତ ହୋଇ ଡାକ୍ତର ରଥ ଗତ କିଛି ମାସ ହେଲା ଅସୁସ୍ଥ ଥିଲେ। ହଠାତ୍ କାଲି ରାତି ୧ ଟାରେ‌ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ଆଇଜିଏଚ, ଆଇସିୟୁରେ ଭର୍ତି କରାଯାଇଥିଲା। ଚିକିତ୍ସାଧୀନ ଥିବାବେଳେ ଆଜି ତାଙ୍କର ପରଲୋକ ଘଟିଛି। ଜଣେ ସୁପ୍ରତିଷ୍ଠିତ ଶୈଲ୍ୟ ଚିକିତ୍ସକ ସାଙ୍ଗକୁ ଅତ୍ୟନ୍ତ ଅମାୟିକ, ମେଳାପୀ ଓ ବନ୍ଧୁ ବତ୍ସଳ ଥିଲେ ଡାକ୍ତର ରଥ।

publive-image

ସେ ବିଭିନ୍ନ ସାମାଜିକ ସଂଗଠନ ସହ ମଧ୍ୟ ଜଡିତ ଥିଲେ। ଆରଏସପି ଅଫିସର ସଂଘର ଉପସଭାପତି ସମେତ ରାଉରକେଲା କ୍ଳବର ଉପସଭାପତି ପଦ ମଧ୍ୟ ବିଗତ ଦିନରେ ଅଳଙ୍କୃତ କରିଥିଲେ। ତାଙ୍କ ଅକାଳ ବିୟୋଗରେ ସହରରେ ଶୋକର ଛାୟା ଖେଳିଯାଇଛି। ଭାରତୀୟ ଯୁବ ହଷ୍ଟେଲସର ସମ୍ପାଦକ ନିରଞ୍ଜନ ସାମଲ ଡାକ୍ତର ରଥଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ତାଙ୍କ  ଶୋକ ସନ୍ତପ ପରିବାର ବର୍ଗଙ୍କୁ ପ୍ରଭୁ ସହାୟ ହୁଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe