ପୁରୀ: ଡାକ୍ତର ପତ୍ନୀଙ୍କୁ ଗଳା କାଟି ହତ୍ୟା !

Advertisment
ପୁରୀ:  ଡାକ୍ତର ପତ୍ନୀଙ୍କୁ ଗଳା କାଟି ହତ୍ୟା !

ପୁରୀ: ପୁରୀ ପୂର୍ବତଟ ରେଲବାଇ କ୍ୱାର୍ଟର୍ସରୁ ସୋମବାର ଅପରାହ୍ନରେ ଜୈନିକ ଡାକ୍ତର ପତ୍ନୀଙ୍କ ମୃତଦେହ ମିଳିଛି। ମୃତ ମହିଳାଙ୍କ ନାମ ସୁଜାତା ସାହୁ ବୋଲି ଜଣାପଡ଼ିଛି। କେହି ଜଣେ ସୁଜରତାଙ୍କ ଗଳାକାଟି ହତ୍ୟା କରିଥିବା ସନ୍ଦେହ କରାଯାଉଛି।

ସୂଚନାଯୋଗ୍ୟ, ପୁରୀ ପୂର୍ବତଟ ରେଳବାଇ ଡାକ୍ତରଖାନାରେ ଡାକ୍ତର ସଞ୍ଜୀବ ସାହୁ ଚାକିରି କରନ୍ତି। ସେ ତାଙ୍କ ପତ୍ନୀ ସୁଜତା ସାହୁଙ୍କ ସହିତ ପୁରୀ ରେଲେଓ୍ଵ କ୍ୱାର୍ଟର୍ସରେ ବସବାସ କରନ୍ତି। ଆଜି ସେ ତାଙ୍କ ପୁଅକୁ ସ୍କୁଲ ଛାଡ଼ିବାକୁ ଯାଇଥିଲେ। ପୁଅକୁ ସ୍କୁଲ ଛାଡ଼ି ଘରକୁ ଆସିଲା ବେଳକୁ ପତ୍ନୀଙ୍କ ରକ୍ତଜୁଡୁବୁଡ ଶରୀର ଘରେ ପଡିଥିବା ଦେଖିବାକୁ ପାଇଥିଲେ। ଏହାପରେ ସେ ପୁଲିସକୁ ଖବର ଦେଇଥିଲେ। ସମୁଦ୍ରକୂଳ ଥାନା ପୁଲିସ ଘଟଣାସ୍ଥଳରେ ତଦନ୍ତ ଆରମ୍ଭ କରିଛି। ତେବେ ପାରିପାର୍ଶ୍ୱିକ ସ୍ଥିିତିରୁ ସୁଜାତାଙ୍କୁ କେହି ହାଣି ହତ୍ୟା କରିଥିବା କଥା ସନ୍ଦେହ କରଯାଉଛି। ଅନ୍ୟପକ୍ଷରେ ସୁଜାତାଙ୍କ ସ୍ୱାମୀ ପୁଅକୁ ସ୍କୁଲ ଛାଡ଼ି ଯାଇଥିବା ସମୟରେ ତାଙ୍କ ଘରକୁ ଜଣେ ବିଦ୍ୟୁତ ତାର ରିପେୟାରିଂ ବାଲା ଆସିଥିବା କଥା ସ୍ଥାନୀୟଲୋକେ କହୁଛନ୍ତି। ହୋଇପାରେ ଏହି ଲୋକ ସୁଜାତାଙ୍କୁ ହତ୍ୟା କରିଥାଇପାରେ ବୋଲି ସ୍ଥାନୀୟଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe