ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର ସଂଘର ଗାନ୍ଧିଜୟନ୍ତୀରୁ ଅସହଯୋଗ ଚେତାବନୀ

ସ୍ଥାୟୀ ନିଯୁକ୍ତି ଦାବିରେ ଆୟୁଷ ଡାକ୍ତର ସଂଘର ଗାନ୍ଧିଜୟନ୍ତୀରୁ ଅସହଯୋଗ ଚେତାବନୀ

Sambad

ବାରିପଦା: ରାଷ୍ଟ୍ରୀୟ ସ୍ବାସ୍ଥ୍ୟ ମିଶନ ଅଧୀନରେ କାର୍ଯ୍ୟ କରୁଥିବା ପିଏଚସି/ସିଏଚସି ଆୟୁଷ ଡ଼ାକ୍ତର ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କରି ଅଲ ଓଡିଶା ଆୟୁଷ ଡ଼ାକ୍ତର ସଂଘ (ଏଓଏଡିଏ) ମୟୁରଭଞ୍ଜ ଶାଖା ପକ୍ଷରୁ ସଙ୍ଘର ସଭାପତି ଡ଼ଃ. ଶ୍ରୀକାନ୍ତ ପୁଥାଳ, ଉପସଭାପତି ଡ଼ଃ. ଜୟଶ୍ୟାମ ପଶା, ସମ୍ପାଦକ ଡ଼ଃ. ଦେବବ୍ରତ ନାୟକ ସହ-ସମ୍ପାଦକ ଡ଼ଃ. ସାଗରିକା ମହାପାତ୍ର ଏବଂ କୋଷାଧ୍ୟକ ଡ଼ଃ. ମନୋଜ ନାଥ, ରାଜ୍ୟ ଯୁଗ୍ମ ସଚିବ ଡ଼ଃ. ମୁକେଶ ମିଶ୍ର, ରାଜ୍ୟ ଉପସଭାପତି ଡ଼ଃ. ଯଯାତି କେଶରୀ ବେହେରାଙ୍କ ନେତୃତ୍ବରେ ଜିଲ୍ଳା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଜିଲ୍ଳାପାଳ ଉଭୟଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସୂଚନା ମୁତାବକ ରାଜ୍ୟରେ ପିଏଚସି/ସିଏଚସିରେ ୧୪ବର୍ଷ ଧରି ଚୁକ୍ତି ଭିତ୍ତିରେ ୧୧୫୦ ଆୟୁଷ ଡାକ୍ତର କାର୍ଯ୍ୟ କରୁଛନ୍ତି। ଏହି ଡାକ୍ତର ମାନେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ସମୟ ଠୁ ଆରମ୍ଭ କରି, କରୋନା ଭଳି ମହାମାରୀରେ ଆରଆରଟିରେ କାର୍ଯ୍ୟ ତଥା ରୋଗୀଙ୍କ ସ୍କ୍ରିନିଂ, କଣ୍ଟାକ ଟ୍ରେସିଂ ଇତ୍ୟାଦିରେ ସାମିଲ କରାଯାଉଛି।

ଏହାସହିତ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ପ୍ରୋଗ୍ରାମ, ସ୍ବାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ପରିଚାଳନା ଆଦି କାର୍ଯ୍ୟ ମଧ୍ୟ କରୁଛନ୍ତି। ଏହା ସତ୍ୱେ ଆୟୁଷ ଡ଼ାକ୍ତର ମାନଙ୍କୁ ଅଣଦେଖା କରାଯାଇଛି। ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ମିଶନ ଅଧୀନରେ ଥିବା ପାରାମେଡିକ୍‌ସଙ୍କୁ ନିୟମିତ କରାଯାଇଥିଲା। ଏହି ସମୟରେ ଆୟୁଷ ଡାକ୍ତର ମାନଙ୍କୁ ନିୟମିତ କରାଯିବା ନେଇ ଆଶ୍ୱାସନା ଦିଆଯାଇଥିଲା। ମାତ୍ର ତାହା କାର୍ଯ୍ୟକାରୀ ହୋଇ ନାହିଁ। ତେଣୁ ରାଜ୍ୟ ସରକାର ସ୍ଥାୟି ନିଯୁକ୍ତି ପାଇଁ ଆସନ୍ତା ସେପ୍ଟେମ୍ବର ୩୦ ସୁଧା ପଦକ୍ଷେପ ଗ୍ରହଣ ନ କଲେ ଆୟୁଷ ଡ଼ାକ୍ତର ମାନେ ଅକ୍ଟୋବର -୨ ଗାନ୍ଧିଜୟନ୍ତୀରୁ ଆୟୁଷ ବହିରବିଭାଗ କରି ଅନିର୍ଦିଷ୍ଟ କାଳ ପାଇଁ ଅନ୍ୟସବୁ କାର୍ଯ୍ୟରେ ଅସହଯୋଗ କରିବେ ବୋଲି ସଙ୍ଘ ପକ୍ଷରୁ ଚେତାଵନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe