ବିଲରେ ନିଆଁ ନ ଲଗାଇବାକୁ ଅନୁରୋଧ

ଲଖନପୁର କ୍ଷତିଗ୍ରସ୍ତ ଜମିରେ ଯୁଗ୍ମ ତଦନ୍ତ ଆରମ୍ଭ

ବିଲରେ ନିଆଁ ନ ଲଗାଇବାକୁ ଅନୁରୋଧ

ଝାରସୁଗୁଡ଼ା/ବେଲପାହାଡ଼: ଲଖନପୁର ବ୍ଲକ ଅଇଁଲାପଡ଼ା ଠାରେ ବୁଧବାର ଦିଲେଶ୍ୱର ପ୍ରଧାନ ତାଙ୍କ ଜମିରେ ଫସଲ ନଷ୍ଟ ହୋଇଯାଇଥିବା ପ୍ରତିବାଦରେ ନିଆଁ ଲଗାଇ ଦେଇଥିଲେ । ଜିଲ୍ଲାପାଳ ବିଭୂତି ଭୂଷଣ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଲଖନପୁର ବିଡିଓ ରାଜେନ୍ଦ୍ର ମିଞ୍ଜ, ତହସିଲଦାର ହେମସାଗର ଭୋଇ, ଆଇଆଇସି ବୈକୁଣ୍ଠନାଥ ସେଠୀ ପୋଡ଼ା ଯାଇଥିବା ବିଲକୁ ଯାଇ କ୍ଷୟକ୍ଷତି ସଂପର୍କରେ ଆକଳନ କରିଥିଲେ। ସଂପୃକ୍ତ ଚାଷୀ ଦିଲେଶ୍ୱରଙ୍କ ସହିତ ଅଧିକାରୀମାନେ ଆଲୋଚନା ମଧ୍ୟ କରିଥିଲେ। ରୋଗପୋକ ଦ୍ୱାରା କ୍ଷତିଗ୍ରସ୍ତ ହେଲେ କିମ୍ବା ମରୁଡ଼ିରେ ଚାଷ ନଷ୍ଟ ହେଲେ ସରକାରୀ କ୍ଷତିପୂରଣ ପାଇବାର ନିୟମ ରହିଛି। ତେଣୁ ଚାଷୀ ମାନେ ଏଥିରେ ବିଚଳିତ ନହୋଇ ବିଲ ପୋଡ଼ି ଦେବା ଭଳି ଘଟଣାରୁ ନିବୃତ ହେବାକୁ ଉପରୋକ୍ତ ଅଧିକାରୀମାନେ ଗ୍ରାମବାସୀଙ୍କୁ ଅନୁରୋଧ କରିଥିଲେ। କ୍ଷତିଗ୍ରସ୍ତ ଜମିଗୁଡ଼ିକ ଯୁଗ୍ମ ଅନୁଧ୍ୟାନ ପରେ ଏହି ରିପୋର୍ଟ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ ବୋଲି ଅଧିକାରୀଙ୍କଠାରୁ ପ୍ରକାଶ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe