କୋରାପୁଟ ଆରଟିଓରେ ନାହିଁ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍

ଜାଗା ଚିହ୍ନଟରେ ଲଟକିଲା, ଫେରିଗଲା ୩ କୋଟି ଟଙ୍କା

କୋରାପୁଟ ଆରଟିଓରେ ନାହିଁ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍

କୋରାପୁଟ: ଚୁଲି ଥିଲେ ଚାଳ ନାହିଁ, ଚାଳ ଥିଲେ ଚୁଲି ନାହିଁ। ନାହିଁ ନାହିଁରେ ଚାଲିଛି କୋରାପୁଟ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ। ଯେଉଁଥିପାଇଁ ଏହି କାର୍ଯ୍ୟାଳୟ ରାଜସ୍ବ ଗୋଟାଉଥିଲା ତାହାକୁ ଏବେ ଅବହେଳା କରି ଚାଲିଛି। ଫଳରେ ଦିନକୁ ଦିନ ରାଜସ୍ବ ହରାଇବାରେ ଲାଗିଛି ଏହି ଆରଟିଓ। କୋରାପୁଟ ଜିଲ୍ଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ନିଜସ୍ବ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ ନାହିଁ। ଏକ ବିଦ୍ୟାଳୟର ଖେଳ ପଡିଆରେ ଦୀର୍ଘ ବର୍ଷ ହେବ ଚାଲିଛି ଆରଟିଓ ଡ୍ରାଇଭିଂ ଟେଷ୍ଟିଂ ।

୧୪ଟି ବ୍ଲକକୁ ନେଇ ଗଠିତ ହୋଇଛି କୋରାପୁଟ ଆରଟିଓ। ଯେତେବେଳେ ଅବିଭକ୍ତ କୋରାପୁଟ ଥିଲା ଏହିଠାରେ ପ୍ରଥମେ ଆରମ୍ଭ ହୋଇଥିଲା ଆଞ୍ଚଳିକ ପରିବହନ କାର୍ଯ୍ୟଳୟ। ପୂର୍ବରୁ ଏହି ଜିଲ୍ଲାରେ ବିନା ଟେଷ୍ଟ ଡ୍ରାଇଭରେ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରାଯାଉଥିବାବେଳେ ଏବେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଟେଷ୍ଟ ଡ୍ରାଇଭିଂ ବିନା ଳାଇସେନ୍ସ ଦେବାକୁ ବାରଣ କରାଯାଉଛି।

ଚଳିତମାସ ପ୍ରାରମ୍ଭରୁ ଟ୍ରାଫିକ୍ ନିୟମକୁ କଡ଼ାକଡି କରାଯାଉଥିବାବେଳେ ଆରଟିଓରେ ନିଜସ୍ବ ଏକ ଟେଷ୍ଟ ଡ୍ରାଇଭ୍ ଟ୍ରାକ ନ ଥାଇ ଲାଇସେନ୍ସ ଦେବା ଦୁର୍ଘଟଣାକୁ ଡାକି କରି ଆଣୁଥିବା ମନେ ହେଉଛି। ଯେଉଁଠି ଏବେ ଟେଷ୍ଟ ହେଉଛି ତାହା ମାଟି ପଡିଆ ହୋଇଥିବାବେଳେ ଚୁନ ପକାଇ କାମ ତୁଲାଉଛି ଜିଲ୍ଲା ପ୍ରଶାସନ। ଏହି ଜିଲ୍ଲାରେ ସ୍ବଂୟ ଚାଳିତ ଡ୍ରାଇଭର ଟେଷ୍ଟିଂ ଟ୍ରାକ୍ (ଏଡିଟିଟି) ହେବାକୁ ଯୋଜନା ରହିଥିଲା। ଏଥିପାଇଁ ୧୯ ଏକର ଜମି ଲୋଡା ପଡୁଥିବାବେଳେ ସହର ଉପକଣ୍ଠ ଦୁରୁଗୁଡାରେ ଏକ ପାହାଡିଆ ଜାଗାକୁ ଚିହ୍ନଟ କରାଯାଇଥିଲା।

ଏଥିପାଇଁ ତିନି କୋଟିରୁ ଅଧିକ ବ୍ୟୟବରାଦ ହୋଇଥିବାବେଳେ କରୋନା ଯୋଗୁଁ ଏହି କାର୍ଯ୍ୟ ହୋଇପାରି ନ ଥିଲେ। ଏହି ବ୍ୟୟବରାଦ ଅର୍ଥ ଫେରିଯାଇଥିବାବେଳେ ଜମି ଚିହ୍ନଟରେ ସୀମିତ ରହିଛି ଏହି ପ୍ରକଳ୍ପ। ହେଲେ ଅନୁମୋଦନ ଦେଉନି ରାଜ୍ୟ ପରିବହନ କାର୍ଯ୍ୟାଳୟ।

ତେବେ ଆର ଆଣ୍ଡ ବି ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଦୀର୍ଘ ବର୍ଷେେ ହେବ ଏହି ପ୍ରଳକ୍ପ କରିବାକୁ ଆର ଆଣ୍ଡ ବି ଜଗା ଚିହ୍ନଟ କରିଛି। ଏହା ପାହାଡିଟିଏ ହୋଇଥିବାରୁ କିଶମ ପରିବର୍ତ୍ତନ କରାଯିବ। ଏହାପରେ ରାଜସ୍ବ ବିଭାଗଠାରୁ ଆରଟିଓ ଜାଗା ଅଧିଗ୍ରହଣ କରିବ। ଏହାପରେ ଏହିଠାରେ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍ ପ୍ରତିଷ୍ଠା ହେବ। ବାଳକ ବିଦ୍ୟାଳୟ କତ୍ତୃପକ୍ଷଙ୍କ ଖେଳ ପଡିଆ ହୋଇଥିବାରୁ ମନା କରି ପା୍ରୁନି। କେବଳ ୧୯ ଏକର ଜମି ଚିହ୍ନଟ ହୋଇଥିଲେ ବି ଏହାକୁ କାର୍ଯ୍ୟକାରୀ ହୋଇପାରୁନାହିଁ।

ଫଳରେ ଆସିଥିବା ପ୍ରକଳ୍ପ ଟଙ୍କା ଫେରିଯାଇଥିବା ଜଣାପଡିଛି।
ଅନ୍ୟପକ୍ଷରେ କୋରାପୁଟ ପରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ ନ ଥିବାରୁ ଦିନକୁ ଦିନ ସଡକ ଦୁର୍ଘଟଣା ବୃଦ୍ଧି ପାଉଛି। ଯଦି ଏହି ପ୍ରଳକ୍ପ କାର୍ଯ୍ୟକାରୀ ହୋଇଥାନ୍ତା ତେବେ ଭଲ ଡ୍ରାଇଭର ବାହାରିଥାନ୍ତେ। ଫଳରେ ସଡକ ଦୁର୍ଘଟଣା ହ୍ରାସ ପାଇଥାନ୍ତା। ନିୟମିତ ବ୍ୟବଧାନରେ ପ୍ରଶାସନ ଏମଭି ଚେକିଂ କରୁଥିବାବେଳେ ଏହି ପ୍ରକଳ୍ପକୁ ସମ୍ପୁର୍ଣ୍ଣ ଭାବେ ଅଣଦେଖା କରି ଚାଲିଛି। ଫଳରେ ଜିଲ୍ଲାରେ ପ୍ରତିଦିନ ଛୋଟମୋଟ ସଡକ ଦୁର୍ଘଟଣା ଘଟୁଥିବାବେଳେ ଅକାଳରେ ଧନଜୀବନ ନଷ୍ଟ ହେଉଛି।
ଏନେଇ ଜିଲ୍ଲାପାଳ ମଧୁସୂଦନ ମିଶ୍ର କହିଛନ୍ତି ଯେ ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ ପାଇଁ ପ୍ରସ୍ତାବ ରହିଥିଲା। କେବଳ ଜମି ଚିହ୍ନଟ ହୋଇଥିବାବେଳେ କାମ ଆଗେଇ ପାରିନାହିଁ। ଏଥିପାଇଁ ବ୍ୟୟବରାଦ ହୋଇଥିବା ୩ କୋଟିରୁ ଅଧିକ ଟଙ୍କା କିପରି ପୁଣି ଥରେ ଫେରି ପାରିବ ସେନେଇ ଆମେ ପ୍ରସ୍ତୁତି କରିଛୁ। ଜିଲ୍ଲାରେ ଏହି ଟ୍ରାକ ହେବ ଥୟ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe