ସୁନ୍ଦରଗଡ଼: ବଡ଼ଗାଁରେ ଡବଲ ମଡର, ଜଙ୍ଗଲ ଭିତରେ ବୀଭତ୍ସ ହତ୍ୟା

ସ୍ବାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

Representational image: The Express Tribune

ସୁନ୍ଦରଗଡ଼: ଜଙ୍ଗଲରେ ବୀଭତ୍ସ ହତ୍ୟା। ସୁନ୍ଦରଗଡ଼ ଜିଲ୍ଲା ବଡ଼ଗାଁ ଥାନା ଅନ୍ତର୍ଗତ ସାଲବିରା ଗାଁରେ ଜଣେ ବରିଷ୍ଠ ନାଗରିକଙ୍କ ସମେତ ମୋଟ ୨ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି। ମୃତକମାନେ ହେଲେ ପ୍ରଫୁଲ୍ଲ ମାଝି (୭୦) ଓ ଘନଶ୍ୟାମ ମାଝି (୫୦)।

ସୂଚନା ଅନୁସାରେ ସାଲବିରା ଗାଁର ପ୍ରଫୁଲ୍ଲ ମାଝି ଆଜି ଘର ନିକଟ ଜଙ୍ଗଲକୁ ଗାଈ ଖୋଜିବାକୁ ଯାଇଥିଲେ। ପୂର୍ବ ଶତ୍ରୁତା କାରଣରୁ ଗାଁର ଘନଶ୍ୟାମ ମାଝି ତାଙ୍କୁ ଅନୁସରଣ କରିଥିଲେ। ସୁଯୋଗ ଦେଖି ସେ ପ୍ରଫୁଲ୍ଲଙ୍କୁ ଅତ୍ୟନ୍ତ ବୀଭତ୍ସ ଭାବରେ ହାଣିଥିଲେ। ପ୍ରଫୁଲ୍ଲଙ୍କୁ ୪ ଖଣ୍ଡ କରିଦେଇଥିଲେ। ତେବେ ଏହି ଘଟଣା ପରେ ଘନଶ୍ୟାମଙ୍କୁ ମଧ୍ୟ ହତ୍ୟା କରାଯାଇଛି। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ୨ଟି ମୃତଦେହ ଜବତ କରିଛି। ଗାଁରେ ‌ଉତ୍ତେଜନା ଦେଖାଯାଇଛି। ତେବେ ଘନଶ୍ୟାମଙ୍କୁ କିଏ ହତ୍ୟା କରିଛି, ସେ ବିଷୟରେ ରିପୋର୍ଟ ଲେଖାଯିବା ବେଳକୁ ଜଣାପଡ଼ି ନାହିଁ। ପୁଲିସ ଫୋର୍ସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରୁଥିବା ସୂଚନା ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe