ଯୌତୁକ ନିର୍ଯାତନା ଅଭିଯୋଗରେ ସ୍ବାମୀ ଓ ତାଙ୍କ ପରିବାର ନାଁରେ ମାମଲା

ଯୌତୁକ ଦାବିରେ ନବବଧୂକୁ ମାଡ଼ମାରି ବିଷ ପିଆଇଲେ!

Representation image

ଜୟପୁର:‌ ‌ଯୌତୁକ ନିର୍ଯାତନା ଅଭିଯୋଗରେ କୋରାପୁଟ ଜିଲ୍ଲା ଜୟପୁର ଥାନାରେ ଏକ ଏତଲା ହୋଇଛି। ଏଠାକାର ଜଣେ ଯୁବତୀ ସୁନାବେଡାର ଜଣେ ଯୁବକଙ୍କୁ ବୈଦିକ ରିତିନିୀତିରେ ବର୍ଷକ ତଳେ  ବିବାହ କରିଥିଲେ। ବିବାହ ପର ଠାରୁ ତାଙ୍କ ସ୍ବାମୀ, ଶାଶୁ, ଶ୍ବଶୁରୀ, ଯା, ଦେଢ଼ଶୁର, ନଣନ୍ଦ ଆଦି ଯୌତୁକ ନିର୍ଯ୍ୟାତନା ଦେଇଥିବା ମହିଳା ଥାନାରେ ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜୁ ହୋଇଛି।

ମିଳିଥିବା ସୂଚନା ଅନୁଯାୟୀ, ଗତ ୨୦୧୯ମସିହା ଜାନୁଆରିରେ ସ୍ଥାନୀୟ କୁମ୍ଭାରସାହିର ବାଳକୃଷ୍ଣ ପଣ୍ଡାଙ୍କ ଝିଅ ଅର୍ଚ୍ଚନା ସୁନାବେଡାର ସନ୍ତୋଷ ତ୍ରିପାଠୀଙ୍କୁ ବୈଦିକ ରିତିନୀତିରେ ବାହା ହୋଇଥିଲେ। ତେବେ ବାହା ପର ଠାରୁ ତାଙ୍କ ସ୍ବାମୀ ସନ୍ତୋଷ, ଶାଶୁ, ଶ୍ବଶୁର, ଯାଆ, ଦେଢ଼ଶୁର, ନଣନ୍ଦ ଆଦି ଅଧିକା ଯୌତୁକ ଦାବି କରିବା ସହ ଶାରିରୀକ, ମାନସିକ ଓ  ନିର୍ଯାତନା ଦେଇଥିବା ଅର୍ଚ୍ଚନା ମହିଳା ଥାନାରେ ଅଭିଯୋଗ କରିଥିବା କହିଛନ୍ତି ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ। ମାମଲାର ତଦନ୍ତ ଏଏସଆଇ ଦୁର୍ଗା ପ୍ରସାଦ ବ୍ରହ୍ମା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe