‌ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଓ ପିଉସୀ ଶାଶୁ ଗିରଫ

Advertisment
ସ୍ତ୍ରୀଙ୍କ ପରେ ବିଷ ପିଇ ଆତ୍ମହତ୍ୟା କଲେ ସ୍ବାମୀ, ଅନାଥ ହୋଇଗଲେ ତିନି ସନ୍ତାନ

Image Courtesy of India.com

ବାରିପଦା  : ବାରିପଦା ଟାଉନ ଥାନା ଅନ୍ତର୍ଗତ ୱାର୍ଡ ନଂ-୫ ବାବୁସାହି ଅଞ୍ଚଳରେ ଗତ କାଲି ସୁମିତ ମହାପାତ୍ର (୨୯)ଙ୍କ ପତ୍ନୀ ମନସ୍ମିତାଙ୍କ ଆତ୍ମହତ୍ୟା ମାମଲା ଆଜି ଭିନ୍ନ ମୋଡ଼ ନେଇଛି । ମନସ୍ମିତାଙ୍କ ବାପାଙ୍କ ପକ୍ଷରୁ ଆଜି ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ କେସ୍‌ ନଂ-୯୫୫/୨୦୨୦ରେ ଏକ ହତ୍ୟା ମାମଲା ରୁଜୁ କରିଛି। ମୃତକଙ୍କ ପିତାଙ୍କ ଅଭିଯୋଗ ଆଧାରରେ ସ୍ୱାମୀ ସୁମିତ ଓ ପିଉସୀ ଶାଶୁ ସୁଷମା ମହାପାତ୍ର(୬୫)ଙ୍କୁ ପୁଲିସ ଗିରଫ କରିଛି।

ଅଭିଯୋଗ ଅନୁଯାୟୀ ଚଳିତ ବର୍ଷ ମାର୍ଚ୍ଚ ୪ରେ ମନସ୍ମିତାଙ୍କ ସହିତ ବାରିପଦା ବାବୁସାହିର ଅଜିତ ମହାପାତ୍ରଙ୍କ ପୁଅ ସୁମିତଙ୍କର ବିବାହ ହୋଇଥିଲା । ଏହି ସମୟରେ ବର ପକ୍ଷର ଦାବି ମୁତାବକ ନଗଦ ୨ ଲକ୍ଷ ଟଙ୍କା, ଫ୍ରିଜ, ଏଲଇଡ଼ି ଟିଭି, ୱାସିଂମେସିନ, ଆଲମୀରା, ପଲଙ୍କ, ଡ୍ରେସିଂ ଟେବୁଲ ଓ ଆଠ ତୋଳା ଓଜନର ସୁନା ଅଳଙ୍କାର ଆଦି ‌ଯୌତୁକ ବାବଦାରେ ଦିଆଯାଇଥିଲା। ମାତ୍ର ବିବାହର ୪ ମାସ ପରେ ପୁଅ ଘର ଅଧିକ ‌ଯୌତୁକ ଦାବି କରିଥିଳେ। ଏନେଇ ମନସ୍ମିତାଙ୍କ ପିତା ବ୍ୟାଙ୍କ ଜମାଖାତା ମାଧ୍ୟମରେ ୨୫ ହଜାର ଟଙ୍କା ପଠାଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଦାବି ମୁତାବକ ଅଧିକ ଯୌତୁକ ନଦେଲେ ତାଙ୍କ ଝିଅକୁ ନିର୍ଯାତନା ଦିଆଯିବାନେଇ ଧମକ ମିଳୁଥିବା ଝିଅ ଫୋନ୍‌ରେ କହୁଥିବା ଥାନାରେ ଅଭିଯୋଗ ହୋଇଛି। ଏହି ସମୟରେ ଗତ କାଲି ତାଙ୍କ ଝିଅ ମରିଯାଇଥିବାର ଫୋନରେ ଖବର ପାଇଥିଲେ ଭଦ୍ରକ ଜିଲ୍ଲା ବାଂଶଡ଼ା ଥାନା ଚଣ୍ଡକୁଦ ନିବାସୀ କୈଳାଶ ସାମଲ। ପୁଲିସ ପକ୍ଷରୁ ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୪୯୮(ଏ), ୩୦୪(ବି), ୩୦୨, ୩୪ ଏବଂ ଆରଡବ୍ଲ୍ୟୁ ସେକସନ-୪ ଡିପି ଆକ୍ଟ ଅନୁସାରେ ମାମଲା ରୁଜୁ କରାଯାଇଛି । ଏଥି ସହିତ ପୁଲିସ ସମସ୍ତ ‌‌‌ଯୌତୁକ ସାମଗ୍ରୀକୁ ଜବତ କରିଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟଯେ ଗତକାଲି ସନ୍ଧ୍ୟାରେ ସନ୍ଦେହଜନକ ଅବସ୍ଥାରେ ମନସ୍ମିତାଙ୍କର ଝୁଲନ୍ତା ମୃତଦେହ ଜବତ କରାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe