ଭଦ୍ରକରେ ନାଟ୍ୟ ମହୋତ୍ସବ ଉଦଘାଟିତ

Advertisment
ଭଦ୍ରକରେ ନାଟ୍ୟ ମହୋତ୍ସବ ଉଦଘାଟିତ
ଭଦ୍ରକ: ଭଦ୍ରକ ଟାଉନ୍ ହଲ ଠାରେ ଆଜି ସନ୍ଧ୍ୟାରେ ନାଟ୍ୟ ମହୋତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମ ସନ୍ଧ୍ୟାରେ ମଞ୍ଚସ୍ଥ ନାଟକ ଭସ୍ମାସୁର କଥା’  ଅତି ସୁନ୍ଦର ଭାବରେ କଳାକାରମାନେ ପ୍ରଦଶନ କରିଛନ୍ତି। ଭଦ୍ରକ ମାଟିରୁ ନାଟକ ଲୋପ ପାଇବାକୁ ବସିଥିବା ବେଳେ  ଭଦ୍ରକର ନଟରାଜ ସାଂସ୍କୃତିକ ଅନୁଷ୍ଠାନ ନାଟକ ମଞ୍ଚସ୍ଥ କରି ନାଟ୍ୟ ସଂସ୍କୃତିକୁ ପୁଣି ଉଜ୍ବିବିତ କରିଛି।
ଏକବିଂଶତମ ରାଜ୍ୟସ୍ତରୀୟ ନାଟ୍ୟ ମହୋସୁବ- ୨୦ ୨୪ର  ଉଦଘାଟନୀ ଉତ୍ସବରେ ଭଦ୍ରକ ସାଂସଦ ମଞ୍ଜୁଳତା  ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକ ବ୍ଳକ ଅଧ୍ୟକ୍ଷା ଉର୍ମିଳା ନାୟକ, ବିଶିଷ୍ଟ ଚଳଚିତ୍ର ଅଭିନେତା  ଅଶ୍ରୁମୋଚନ ମହାନ୍ତି ଯୋଗଦେଇ କଳାକାରଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବା ପାଇଁ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ନଟରାଜ ସାଂସ୍କୃତିକ ଅନୁଷ୍ଠାନ  ସଭାପତି  ନାଟ୍ୟକାର ଡ. ସୁଧାଂଶୁ ଶେଖର ନାୟକ ୪ ଦିନ ବ୍ୟାପି ପରିବେଷିତ ହେବାକୁ ଥିବା ନାଟକ ସମ୍ପର୍କରେ ସୂଚନା ଦେଇଥିଲେ । ଉପସଭାପତି ଶିବପ୍ରସାଦ ସଭାନ୍ତି ପ୍ରାରମ୍ଭିକ ସୂଚନା ଦେଇଥିଲେ । ସମ୍ପାଦକ ନରେନ୍ଦ୍ର ପରିଡ଼ା, କଳାକାର କାଳନ୍ଦୀ ମଲ୍ଲିକ ଅତିଥିମାନଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିଲେ । ଓକିଲ ସଂଘର ସଭାପତି ନିରାକାର ଜେନା, ସମାଜସେବୀ ଅଜୟ ନାୟକ, ଆଇନଜୀବୀ ଅରୁଣ ଚାନ୍ଦ, ଗଦାଧର ବଳ, ଲଲାଟେନ୍ଦୁ ମହାନ୍ତି,  ଅଟଳବିହାରୀ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe