ଦେଓଘାଟି ମନରେଗା ଦୁର୍ନୀତି-୩, କ୍ଷେତ୍ର ଦେଖି ଫେରିଲେ ଡିଆରଡିଏ, ତଦନ୍ତ ଆରମ୍ଭ

ମାଫିଆଙ୍କୁ ସୁହାଉଛି ଅନଲାଇନ ପେମେଣ୍ଟ ବ୍ୟାଙ୍କ

ଦେଓଘାଟି ମନରେଗା ଦୁର୍ନୀତି-୩, କ୍ଷେତ୍ର ଦେଖି ଫେରିଲେ ଡିଆରଡିଏ, ତଦନ୍ତ ଆରମ୍ଭ

Sambad

କୋରାପୁଟ: କୋରାପୁଟ ଜିଲ୍ଲା ଦେଓଘାଟି ଗ୍ରାମ ପଞ୍ଚାୟତରେ ହୋଇଥିବା ମନରେଗା ଦୁର୍ନୀତିର ଯାଞ୍ଚ ଆରମ୍ଭ ହୋଇଛି। କୋରାପୁଟ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପକ୍ଷରୁ ଦେଓଘାଟି ପରିସରରେ ଯାଞ୍ଚ ଆରମ୍ଭ ହୋଇଛି। ଗତକାଲି କେବଳ ବିଡିଓ ନରେନ୍ଦ୍ର ନାୟକ ଯାଇ ବୁଲି ଆସିଥିଲାବେଳେ ଆଜି ଡିଆରଡିଏ ଷ୍ଟାଫଙ୍କ ସହ ବ୍ଲକର କିଛି ଷ୍ଟାଫ ଯାଇ ଆସିଥିବା ଜଣାପଡିଛି। ତିନିଦନ ମଧ୍ୟରେ ଏହି ଷ୍ଟାଫ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବେ। ରିପୋର୍ଟ ପାଇବା ପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜଣାପଡିଛି।

ଅନ୍ୟପକ୍ଷରେ ଦୁର୍ନୀତିର ମୂଳ କାରଣ ନିକଟରେ ପହଞ୍ଚିଛି ‘ସମ୍ବାଦ’। ଲଗାତାର ଭାବେ ଏହି ପଞ୍ଚାୟତରେ ହୋଇଥିବା ପ୍ରାୟ ୮ ଲକ୍ଷ ଟଙ୍କାକୁ କିପରି ମିଳିମିଶି ଖାଇଛନ୍ତି ତାହାର ସୁରାକ୍‌ ମିଳିଛି। ତେବେ ବ୍ଲକରେ ମୁଖ୍ୟତଃ ଗାତଖୋଳା, ଜମିର ଉନ୍ନତିକରଣ କାର୍ଯ୍ୟ କରାଯାଇଛି। ସବୁଠୁ ବଡ କଥା ହେଲେ କାମ ଶେଷ ହେବା ପରେ ବ୍ଲକ‌ ପରିସରରୁ ବିନା ଯାଞ୍ଚରେ ଟଙ୍କା ଯାଇଛି ଭୂତ ଶ୍ରମିକଙ୍କ ଖାତାକୁ। ଯେଉଁ ଶ୍ରମିକ ମାନଙ୍କ ନାମ ଉଲ୍ଲେଖ କରାଯାଇଛି ସେମାନେ ସବୁ କୋରାପୁଟ ସହରରେ ରହିଥିବା ବିଭିନ୍ନ ଘରୋଇ ଓ ସରକାରୀ କାର୍ଯ୍ୟରେ କାର୍ଯ୍ୟ କରୁଥିଲେ। ତେବେ ଏହି ସମୟରେ କିପରି ମନରେଗାରେ କାର୍ଯ୍ୟ କଲେ ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି। ତେବେ ଏହା ଶ୍ରମିକଙ୍କ ଦ୍ବାରା ହୋଇଛି ନା ମେସିନରେ ହୋଇଛି ତାହାକୁ ନେଇ ନାନା ପ୍ରଶ୍ନ ଉଠିଛି।

ଯେଉଁ ଅର୍ଥ ଶ୍ରମିକଙ୍କ ଆକାଉଣ୍ଟକୁ ଯାଇଛି ତାହାକୁ ମଧ୍ୟ ଜାରି କରି ଉଠାଯାଇଥିବା ଜଣାପଡିଛି। ପଞ୍ଚାୟତରେ ରହିଥିବା ବିଭିନ୍ନ ଅନ୍‌ଲାଇନ ପେମେଣ୍ଟ ବ୍ୟାଙ୍କ ଏଥିରେ ସହଯୋଗ କରାଯାଇଛି। ଫୋନ୍‌ ନମ୍ବର ମାଧ୍ୟମରେ ପ୍ରଥମେ ଏହି ଅନ୍‌ଲାଇନ ପେମେଣ୍ଟ ବ୍ୟାଙ୍କରେ ଅକାଉଣ୍ଟ ଖୋଲାଯାଉଛି। ଏହାସହ ସେଠାରେ ଟଙ୍କା ଡିପୋଜିଟ ହୋଇ ସାରିବା ପରେ ଟଙ୍କା ଉଠାଣ ହୋଇଥାଏ। ପରେ ଆକାଉଣ୍ଟ ଧାରୀଙ୍କୁ ୨ ପ୍ରତିଶତ ଟଙ୍କା ପ୍ରଦାନ କରାଯାଇଥାଏ। ଏହି ଧାରାରେ ଯେତେଟି ଟ୍ରାଞ୍ଜାକ୍‌ସନ୍‌ ହୋଇଛି ସବୁ ଟଙ୍କା ପେମେଣ୍ଟ ବ୍ୟାଙ୍କ ଏହିପରି ହୋଇଥିବା ଜଣାପଡିଛି। ଏନେଇ ଡିଆରଡିଏର ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଗତ ତିନିଦିନ ଧରି ଏହି ଘଟଣାର ଯାଞ୍ଚ ଚାଲିଛି। ଯାଞ୍ଚ ଶେଷ ହେବା ପରେ ଜିଲ୍ଲାପାଳଙ୍କୁ ତଦନ୍ତ ରିପୋର୍ଟ ପ୍ରଦାନ କରାଯିବ। ଏହାପରେ ଲଏଥଇରେ ଯେଉଁମାନେ ସାମିଲ ରହିଥିବେ‌ ସେମାନଙ୍କ ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe