ଘିଉରୀରେ ପାଣି ସମସ୍ୟାକୁ ନେଇ ଏସଡିଓ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ଘିଉରୀରେ ପାଣି ସମସ୍ୟାକୁ ନେଇ ଏସଡିଓ କାର୍ଯ୍ୟାଳୟ ଘେରାଉ କଲେ ଗ୍ରାମବାସୀ

ଜୟପୁର :  ଜୟପୁର ବ୍ଲକର ପାମ୍ପୁଣୀ ପଂଚାୟତର ଘିଉରୀ ଗାଁରେ ଦୀର୍ଘ ଦିନ ହେବ ଦେଖାଦେଇଥିବା ପାନୀୟ ଜଳସମସ୍ୟାକୁ ନେଇ ଗ୍ରାମବାସୀ ମାନେ ଆଜି ଜୟପୁର ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗର ଏସଡିଓଙ୍କ କାର୍ଯ୍ୟାଳୟକୁ ଘେରାଉ କରିଥିଲେ। ସୂଚନାଯୋଗ୍ୟ, ଘିଉରୀ ଗାଁର  ତିନୋଟି ସାହି ନାୟକ ଗୁଡା, କଲୋନୀ ସାହି, ହରିଜନ ସାହିରେ ପାଣି ସମସ୍ୟା ଦେଖା ଦେଖାଦେଇଛି। ସାହିରେ ଥିବା ତିନୋଟି ଯାକ ନଳକୂପ ଦୀର୍ଘ ଦିନ ହେବ ଖରାଫ ହୋଇ ପଡ଼ିଛି। ଗ୍ରାମ୍ୟ ପାନୀୟ ଜଳଯୋଗାଣ ବିଭାଗକୁ ବାରମ୍ବାର ଅବଗତ କରିବା ପରେ ବି କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନି।

ଅନ୍ୟପକ୍ଷରେ ଏହି ତିନି ସାହିର ଶତାଧିକ ପରିବାର ପିଇବାକୁ ମୁନ୍ଦେ ପାଣି ପାଇଁ ୨କିଲୋ ମିଟର ଯାଇ ପାଣି ସଂଗ୍ରହ କରୁଛନ୍ତି। ଅନ୍ୟପକ୍ଷରେ ଗାଁରେ ଘରକୁ ଘର ପାଣି ଯୋଗାଇବା ପାଇଁ ଓଭର ହେଡଡ୍ ଟ୍ୟାଙ୍କ ନିର୍ମାଣ କରାଯାଇଛି। ତେବେ ଏହା ଏବେ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇ ପାରିନି। ତୁରନ୍ତ ପାନୀୟ ଜଳ ଯୋଗାଇବା ପାଇଁ ଏହି ଗାଁର ଅଙ୍କିତ ପ୍ରଧାନ, ତପନ ମଣ୍ଡଳ, ଗଙ୍ଗା ପ୍ରଧାନ, ବିଶ୍ବନାଥ ଗୌଡ, ପୂର୍ବତନ ନାଏବ ସରପଂଚ ଆଦିଙ୍କ ନେତୃତ୍ବରେ ଗ୍ରାମବାସୀ ମାନେ ଏସଡିଓଙ୍କ କାର୍ଯ୍ୟାଳୟକୁ ଘେରିଥି‌ଲେ। ଆସନ୍ତା ବୁଧବାର ସୁଦ୍ଧା ସମସ୍ୟା ସମାଧାନ କରାଯିବ ବୋଲି ଏସଡିଓ ପ୍ରତିଶ୍ରୃତି ଦେଇଥିଲେ। ବୁଧବାର ସୁଦ୍ଧା ପିଇବା ପାଇଁ ପାଣି ନ ମିଳିଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଗ୍ରାମବାସୀ ମାନେ ଚେତାବନୀ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe