ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ବାଲିପାଟଣାରେ ଡ୍ରାଇଭରଙ୍କ ମୁଣ୍ଡରେ ଅବିର ଦେଇ ମାଗିଲେ ସମର୍ଥନ

Advertisment
ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ବାଲିପାଟଣାରେ ଡ୍ରାଇଭରଙ୍କ ମୁଣ୍ଡରେ ଅବିର ଦେଇ ମାଗିଲେ ସମର୍ଥନ

ବାଲିପାଟଣା : ଓଡିଶା ଡ୍ରାଇଭର ମହାସଂଘ ଖୋର୍ଦ୍ଧା ଜିଲ୍ଲା ବାଲିପାଟଣା ଶାଖା ତରଫରୁ ୧0 ଦଫା ଦାବିକୁ ସମର୍ଥନ ଜଣାଇ ଶାନ୍ତିପୁର୍ଣ ପ୍ରତିବାଦ କରଯାଇଛି। ବାଲିପାଟଣା ଛକ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ସକାଳୁ ଧାରଣ ଜାରି ରହିଛି। ସଙ୍ଘର ସଦସ୍ୟମାନେ ନିମାପଡ଼ା ସରଦେଇପୁର ରାସ୍ତାରେ ଯାତାୟାତ କରୁଥିବା ଭାରି ଯାନକୁ ଅଟକାଇ ଡ୍ରାଇଭରମାନଙ୍କ ମୁଣ୍ଡରେ ଅବିର, ଫୁଲ ପକାଇବା ସହ ଉତ୍ତରୀୟ ଦେଉଛନ୍ତି। ସଙ୍ଘକୁ ସମର୍ଥନ ଦେବାକୁ ଡ୍ରାଇଭରମାନଙ୍କୁ ବୁଝାଉଥିବା ଦେଖିବାକୁ ମିଳିଛି। ଉକ୍ତ କାର୍ଯ୍ୟକ୍ରମରେ ବାଲିପାଟଣା ଶାଖା ସଭାପତି ମୁନା ମଲ୍ଲିକ, ଉପ-ସଭାପତି ବୃନ୍ଦାବନ ଜେନା, ସଂପାଦକ ସରୋଜ ପାଗଡ଼, ସହ-ସଂପାଦକ ଦୁଷ୍ମନ୍ତ ବାରିକ, ଶାଖା ପରିଚାଳକ ରାଜ କିଶୋର ସାହୁ, ଉପଦେଷ୍ଠା ରମେଶ ସାହୁଙ୍କ ସମେତ ବହୁ କର୍ମକର୍ତ୍ତା ଯୋଗ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe