ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ଯାଜପୁରରେ ୧୪ଟି ସ୍ଥାନରେ ଡ୍ରାଇଭର ସଂଘର ବନ୍ଦ ପାଳନ, ବଲାଙ୍ଗୀରରେ ଗଡୁନି ବସ୍‌   

ଷ୍ଟିଅରିଂ ଛାଡ଼ ଆନ୍ଦୋଳନ: ଯାଜପୁରରେ ୧୪ଟି ସ୍ଥାନରେ ଡ୍ରାଇଭର ସଂଘର ବନ୍ଦ ପାଳନ, ବଲାଙ୍ଗୀରରେ ଗଡୁନି ବସ୍‌   

ଯାଜପୁର/ବଲାଙ୍ଗୀର: ରାଜ୍ୟ ସରକାରଙ୍କ ସହ ଆଲୋଚନା ବିଫଳ ପରେ ଓଡ଼ିଶା ଡ୍ରାଇଭର ମହାସଂଘର ନିଷ୍ପତ୍ତି କ୍ରମେ ୧୦ଦଫା ଦାବି ନେଇ ଆଜିଠାରୁ ଅନିର୍ଦ୍ଦିଷ୍ଟ କାଳପାଇଁ ଯାଜପୁର ଜିଲ୍ଲାର ୧୪ଟି ସ୍ଥାନରେ ବନ୍ଦ ପାଳନ ଆରମ୍ଭ ହୋଇଯାଇଛି। ଡ୍ରାଇଭରମାନେ ଯାଜପୁର ଟାଉନ ସମେତ ପାଣିକୋଇଲ, ଜାରକା, ଚଣ୍ଡିଖୋଲ, ଦାନଗଦି, ସୁକିନ୍ଦା, କୋରେଇ ସହ ବ୍ଲକ ସ୍ତରରେ ଏହି ବନ୍ଦକୁ ପାଳନ କରୁଛନ୍ତି। ତେବେ ସରକାର ପ୍ରମୁଖ ୧୦ଦଫା ଦାବି ନମାନିଲେ ଏହି ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ପାଇଁ ଜାରି ରହିବ ବୋଲି ସେମାନେ କହିଛନ୍ତି।

publive-image

ବଲାଙ୍ଗୀର ଜିଲ୍ଲାରେ ମଧ୍ୟ ଡ୍ରାଇଭରମାନଙ୍କର ଆନ୍ଦୋଳନ ଜାରି ରହିଛି। ବଲାଙ୍ଗୀର ବସ୍‌ଷ୍ଟାଣ୍ଡରେ ବସ୍‌ଗୁଡ଼ିକ ଅଟକି ରହିଥିଲା ବେଳେ ଯାତ୍ରୀମାନେ ନିଜନିଜ ଗନ୍ତବ୍ୟସ୍ଥଳକୁ ଯିବା ପାଇଁ ହନ୍ତସନ୍ତ ହେଉଛନ୍ତି। ଜିଲ୍ଲାର ଦେଓଗାଁରେ ଡ୍ରାଇଭରମାନେ ଆନ୍ଦୋଳନ କରିଛନ୍ତି। ଷ୍ଟିଅରିଂ ଛାଡି ରାଜପଥ ଉପରେ ଡ୍ରାଇଭର ସଂଘ, ୨୬ ନମ୍ବର ଜାତୀୟ ରାଜପଥର ଦେଓଗାଁ ଓ ତୁଷୁରା ଛକରେ ରୁଣ୍ଡ ହୋଇ ଆନ୍ଦୋଳନ କରୁଛି। ଯାତ୍ରୀବାହୀ ବସ୍‌କୁ ଅଟକାଇଛନ୍ତି। ଯାତ୍ରୀମାନେ ହଟ୍ଟହଟା ହେଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe