ଗଞ୍ଜେଇ ଜଵତ ଘଟଣାରେ ଡ୍ରାଇଭର ଗିରଫ

Advertisment
ଗଞ୍ଜେଇ ଜଵତ ଘଟଣାରେ ଡ୍ରାଇଭର ଗିରଫ

New Indian Express

ଆଠଗଡ: ଗତକାଲି ଏସଟିଏଫ ଟିମ ପକ୍ଷରୁ ଆଠଗଡ ଥାନା ଅନ୍ତର୍ଗତ ଚେରେଇପାଟଣା ଗ୍ରାମର ଅକ୍ଷୟ ପଣ୍ଡାଙ୍କ ଘର ଉପରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ସମୟରେ ଚକମା ଦେଖାଇ ଅକ୍ଷୟ ଖସି ପଳାଇଥିଲା। ଟିମ ପକ୍ଷରୁ ଘରେ ଚଢ଼ାଉ କରାଯାଇ ଦୁଇ କେଜିର ଗଞ୍ଜେଇ ସହ ଡ୍ରାଇଭର ଓ କାରକୁ ଜବତ କରାଯାଇ ଆଠଗଡ ଥାନାକୁ ଅଣାଯାଇଥିଲା।

ଆଜି ଡ୍ରାଇଭରକୁ ଗିରଫ କରାଯାଇ କୋର୍ଟ ଚାଲଣ କରାଯାଇଛି। ଆଠଗଡ ଥାନାରେ କେଶ ନମ୍ବର ୪୩/୨୧ ରୁଜୁ କରାଯାଇଛି। ଗିରଫ ଡ୍ରାଇଭର ହେଲେ ଢେ଼ଙ୍କାନାଳ ଥାନା ଅନ୍ତର୍ଗତ ଶଙ୍କରପୁର ଗ୍ରାମର ତ୍ରିଲୋଚନ ସାହୁଙ୍କ ପୁଅ ଲକ୍ଷ୍ମୀଧର ସାହୁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe