ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ

Advertisment
ଦୁର୍ଘଟଣାରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ

ଆନନ୍ଦପୁର: ଦୁର୍ଘଟଣାରେ ଆହତ ହୋଇଥିବା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଂଚଳର ଗୋହିରା ପଞ୍ଚାୟତ ଭୋଳନୂଆଗାଁର ଟ୍ରକ୍‌ ଡ୍ରାଇଭର ଜୀବତ ମହାକୁଡ଼ (୩୨)ଙ୍କ ଆଜି ମୃତ୍ୟୁ ଘଟିଛି। ମାସେ ତଳେ ଜୀବତ ଲୁହାପଥର ବୋଝେଇ ଟ୍ରକ୍‌ ନେଇ ଯାଉଥିବାବେଳେ ପାଲଲହଡ଼ା ନିକଟରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। କିଛିିଦିନ ହେଲା ସେ ଘରକୁ ଆସିଥିଲେ। ଆଜି ପୂର୍ବାହ୍ନରେ ତାଙ୍କ ସ୍ବାସ୍ଥାବସ୍ଥା ବିଗିଡ଼ିବାରୁ ପ୍ରଥମେ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରଯାଇଥିଲା। ସେଠାରୁ କଟକ ସ୍ଥାନାନ୍ତର କରାଯାଉଥିବାବେଳେ ତାଙ୍କର ମୃତ୍ୟୁ ଘଟିଛି। ଘସିପୁରା ପୁଲିସ ଏକ ମାମଲା ରୁଜୁ କରି ମୃତଦେହ ବ୍ୟବଚ୍ଛେଦ କରାଇଛି। ଜୀବତଙ୍କ ଅକାଳ ବିୟୋଗରେ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଜୀବତ ୮ ମାସ ତଳେ ବିବାହ କରିଥିବାବେଳେ ଘରେ ବିଧବା ପତ୍ନୀ ଓ ବାପାମା' ଅଛନ୍ତି। ତାଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe