ଆନନ୍ଦପୁର: ଓଲଟି ପଡ଼ିଲା ଚୋରାକାଠ ବୋଝେଇ ବୋଲେରୋ , ଡ୍ରାଇଭର ମୃତ,ହେଲ୍ପର ଗୁରତର

Advertisment
ଆନନ୍ଦପୁର: ଓଲଟି ପଡ଼ିଲା ଚୋରାକାଠ ବୋଝେଇ ବୋଲେରୋ , ଡ୍ରାଇଭର ମୃତ,ହେଲ୍ପର ଗୁରତର

ଓଆନନ୍ଦପୁର: କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜିଲ୍ଲା ରାମଚନ୍ଦ୍ରପୁର ଥାନା ସମ୍ମୁଖରେ ଆଜି ଚୋରା କାଠ ନେଇ ଯାଉଥିବା ଏକ ବୋଲେରୋ ଗାଡ଼ି ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଏହି ଦୁର୍ଘଟରରେ ବୋଲେରୋ ତଳେ ଚାପି ହାଇ ଏହାର ଡ୍ରାଇଭର ମୃତ୍ୟୁବରଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ହେଲ୍‌ପରଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ, ଆଜି ଭୋର ଭୋରରୁ ଏକ ବୋଲେରୋ ଚୋର କାଠ ପୁରାଇ ଦୃତଗତିରେ ଯାଉଥିିବା ବେଳେ କୌଣସି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ରାମଚନ୍ଦ୍ର୍ରପୁର ଥାନା ସମ୍ମୁଖରେ ଓଲଟି ପଡ଼ିଥିଲା। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ବୋଲେରୋର ଡ୍ରାଇଭର ଘଟଗାଁ ଥାନା ଅନ୍ତର୍ଗତ ସାମନ୍ତରାପୁର ଗାଁର ସେକ୍‌ ବାବୁ(୩୨ ବର୍ଷ) ବୋଲେରୋ ତଳେ ଚାପି ହୋଇ ରହିଯାଇଥିଲେ। ତେଣୁ ଘସିପୁରାରୁ ଦମକଳାହିନୀ ଆସି ତାଙ୍କୁ ବୋଲେରୋ ତଳୁ ଉଦ୍ଧାର କରିଥିଲେ।ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ଘଟି ସାରିଥିଲା। ସେହିପରି ଏହି ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଥିବା ଗାଡ଼ିର ହେଲ୍‌ପର ଶିବ ମୁଣ୍ଡା(୨୫ ବର୍ଷ)ଙ୍କୁ ଉଦ୍ଧାର କରି ଆାନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe