ମହୁଲି ଘାଟିରେ କ୍ରସର୍ ମେସିନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଆହତ

Advertisment
ମହୁଲି ଘାଟିରେ କ୍ରସର୍ ମେସିନ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର ଆହତ

ବୈପାରିଗୁଡା: କୋରାପୁଟ ଜିଲ୍ଲା ବୈପାରିଗୁଡା ଅନ୍ତର୍ଗତ ମହୁଲି ଘାଟିରେ ଏକ ପଥର ଫଟାଇବା ମେସିନ୍ ବୋଝେଇ ଟ୍ରକ ଓଲଟି ପଡିଛି। ଘଟଣା ଅନୁଯାୟୀ ରାଞ୍ଚି-ବିଜୟଓ୍ବାଡା ୩୨୬ ନମ୍ବର ଜାତୀୟ ରାଜପଥ ଦେଇ ହାଇଦ୍ରାବାଦ ଠାରୁ ଜୟପୁର ଦେଇ ରାଞ୍ଚି ଅଭିମୁଖେ ଯାଉଥିବା ଏକ ପଥର ଫଟାଇବା ମେସିନ୍ ବୋଝେଇ (ଏପି ୨୯ ୟୁ ୭୨୮୪) ନମ୍ବର ବିଶିଷ୍ଟ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଟ୍ରକ୍ ଡ଼୍ରାଇଭର ରହତ ଅଲ୍ଲୀ ହନସାରିଙ୍କ ସେ ଉତ୍ତର ପ୍ରଦେଶ ଗୋରଖପୁରର କହିବା ଅନୁଯାୟୀ ବିପରୀତ ଦିଗରୁ ଆସୁଥିବା ଗୋଟିଏ ଘରୋଇ ବସକୁ ରାସ୍ତା ଦେବା ସମୟରେ ସେ ଭାରସାମ୍ୟ ରକ୍ଷା କରିବାରେ ବିଫଳ ହୋଇଥିଲେ।

publive-image

ତେଣୁ ଟ୍ରକଟି ଓଲଟି ପଡିଥିଲା। ଖବର ପାଇ ବୈପାରିଗୁଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହାତ ଡ୍ରାଇଭରକୁ ଚିକିତ୍ସା ପାଇଁ ବୈପାରିଗୁଡା ଡାକ୍ତରଖାନାକୁ ଆଣିଥିଲେ। ଡ଼୍ରାଇଭରଙ୍କ ବାମ ଗୋଡ଼ ଏବଂ ମୁହଁରେ ଆଘାତ ଲାଗିଛି। ଥାନା ଏସ୍ଆଇ ବିଷ୍ଣୁ ପ୍ରସାଦ ଶବର ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe