ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କଲେ ରେଳ ବିଭାଗର ଡିଆରଏମ

Advertisment

ଟିକିରି ଷ୍ଟେସନରେ ରେଳ ଷ୍ଟପେଜ ନେଇ ଆଲୋଚନା

ଟିକିରି ଷ୍ଟେସନରେ ରେଳ ଷ୍ଟପେଜ ନେଇ ଆଲୋଚନା

ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ କଲେ ରେଳ ବିଭାଗର ଡିଆରଏମ

Sambad

ରାୟଗଡା: ପୂର୍ବତଟ ରେଳପଥର ୱାଲଟିୟର ଡିଭିଜନ୍‌ର ଡିଆରଏମ ଅନୁପ ଶତପଥୀ ରାୟଗଡା ଷ୍ଟେସନରେ ଗୁରୁବାର ପହଞ୍ଚି ପ୍ରଥମେ ଷ୍ଟେସନର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ। ଷ୍ଟେସନରେ ନୂତନ କାର୍ଯ୍ୟାଳୟ ସମେତ ଷ୍ଟେସନ ନିର୍ମାଣ ହେଉଥିବାରୁ ଏହାର ତଦାରଖ କରିଥିଲେ। ରେଳ ଷ୍ଟେସନରେ ଆହୁରି କି କି ପରିବର୍ତ୍ତନ କରାଯାଇ ପାରିବ ସେନେଇ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ବିଶାଖାପାଟଣମ୍-ରାୟଗଡା-ଦାମନଯୋଡି-କୋଟପାଟ ରେଳ ଲାଇନର ତଦାରଖ କରିଥିଲେ। ରାୟଗଡା ରେଳ ଷ୍ଟେସନକୁ ଉନ୍ନତମାନର ଷ୍ଟେସନ କରିବା ନେଇ ଡିଆରଏମ ଶ୍ରୀ ଶତପଥୀ ନିଜର ପ୍ରଚେଷ୍ଟା ଜାରି ରଖିଥିବା ଦେଖିବାକୁ ମିଳିଥିଲା। ପରେ ରାୟଗଡାରୁ ଟିକିରି ଗସ୍ତ କରି ସେଠାରେ ଲୋକ ପ୍ରତିନିଧି, ସରକାରୀ କର୍ମଚାରୀ, ସାମ୍ବାଦିକ, ସ୍ବେଚ୍ଛାସେବୀ ମାନଙ୍କୁ ଭେଟି ବିଭିନ୍ନ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

publive-image Sambad

ତେବେ ଦୀର୍ଘଦିନ ଧରି ଟିକିରି ଜନସାଧାରଣ ଏବଂ ଲୋକ ପ୍ରତିନିଧି ମାନେ ଟିକିରେ ଠାରେ ରେଳ ଷ୍ଟପେଜ ନେଇ ଦାବି କରି ଆସୁଥିବା ବେଳେ ରେଳ ବିଭାଗ ଏନେଇ ଗୁରୁତ୍ବ ଦେଉନଥିବା ଅଭିଯୋଗ କରିଥିଲେ। ତେବେ ଶ୍ରୀ ଶତପଥୀ ଏହାର ତୁରନ୍ତ ସମାଧାନ କରିବା ନେଇ ପ୍ରତିଶ୍ରୁତି ଦେଇଥିଲେ। ଡିଆରଏମଙ୍କ ଗସ୍ତ ରାୟଗଡା ରେଳ ଷ୍ଟେସନର ନବୀକରଣ ପାଇଁ ବେଶ ଲାଭଦାୟକ ହେଉଥିବା କୁହାଯାଇଥିଲା। ଲଗାତାର ପ୍ରତିମାସରେ ଡିଆରଏମ ଶ୍ରୀ ଶତପଥୀ ରାୟଗଡା ଗସ୍ତ କରି ସମସ୍ତ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ସହ ତାର ପରିବର୍ତ୍ତନ ନେଇ ଆଲୋଚନା କରୁଛନ୍ତି। ଏଥିସହ ରାୟଗଡା ଜନସାଧାରଣ ମଧ୍ୟ ବିଭିନ୍ନ ଦାବି ନେଇ ଶ୍ରୀ ଶତପଥୀଙ୍କୁ ଭେଟିଥିଲେ। ଶ୍ରୀ ଶତପଥୀ ଯାହା ସମ୍ଭବ ତାହା ସେ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପରେ ସେ କୋରାପୁଟ-କୋଟପାଡ ଗସ୍ତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe