ଭଞ୍ଜପୁର ଷ୍ଟେସନ୍‌ରେ ବୁକିଂ କାଉଣ୍ଟର୍‌ ଖୋଲିବାକୁ ଦାବି, ମୟୁରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ନେଇ ଡିଆରଏମ୍‌ଙ୍କ ସହିତ ସାଂସଦ ବିଶ୍ବେଶ୍ବରଙ୍କ ଆଲୋଚନା

Advertisment

ବାରିପଦାରେ ପ୍ରସ୍ତାବିତ ହେରିଟେଜ୍‌ ରେଳ ମ୍ୟୁଜିୟମ୍‌ ନିର୍ମାଣ ଅଗ୍ରଗତିର ନିରୀକ୍ଷଣ କଲେ ଡିଆରଏମ୍‌

ବାରିପଦାରେ ପ୍ରସ୍ତାବିତ ହେରିଟେଜ୍‌ ରେଳ ମ୍ୟୁଜିୟମ୍‌ ନିର୍ମାଣ ଅଗ୍ରଗତିର ନିରୀକ୍ଷଣ କଲେ ଡିଆରଏମ୍‌

ଭଞ୍ଜପୁର ଷ୍ଟେସନ୍‌ରେ ବୁକିଂ କାଉଣ୍ଟର୍‌ ଖୋଲିବାକୁ ଦାବି, ମୟୁରଭଞ୍ଜରେ ରେଳ ଭିତ୍ତିଭୂମି ବିକାଶ ନେଇ ଡିଆରଏମ୍‌ଙ୍କ ସହିତ ସାଂସଦ ବିଶ୍ବେଶ୍ବରଙ୍କ ଆଲୋଚନା

ବାରିପଦା : ବାରିପଦା ଭଞ୍ଜପୁର ରେଳ ଷ୍ଟେସନ୍‌ରେ ଏକ ବୁକିଂ କାଉଣ୍ଟର୍‌ ଖୋଲାଯାଉ। ସେହିପରି ଏଠିକାର ପ୍ଲାଟ୍ଟଫର୍ମ ସେଲ୍‌ଟରରେ ହୋଇଥିବା ଲିକେଜ୍‌କୁ ମରାମତି କରାଯାଉ। ରୁପ୍ସା-ବାଙ୍ଗିରିପୋଷି ରେଳ ପଥର ବୈଦ୍ୟୁତିକରଣ କାର୍ଯ୍ୟ ଶେଷ କରାଯିବା, ସମସ୍ତ ପ୍ଲାଟ୍ଟଫର୍ମଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ନବୀକରଣ, ଯୁଗପୁରା ପ୍ଲାଟ୍ଟଫର୍ମକୁ ଉଚ୍ଚ କରିବା, ବେତନଟୀ ଷ୍ଟେସନ୍‌ରେ ସଂରକ୍ଷିତ ବୁକିଂ କାଉଣ୍ଟର୍‌ ଖୋଲିବା, ବାଙ୍ଗିରିପୋଷି ଷ୍ଟେସନରେ ଫୁଟ ଓଭର ବ୍ରିଜ ନିର୍ମାଣ ସହିତ କମ୍ପ୍ୟୁଟରୀକରଣ ବୁକିଂ କାଉଣ୍ଟର୍‌ ଏବଂ ଗୁଡ୍‌ସ ସେଡ୍‌ ନିର୍ମାଣ କରାଯାଉ। ଆଜି ଖଡଗପୁର ଡିଭିଜନ୍‌ ଡିଆରଏମ ମନୋରଂଜନ ପ୍ରଧାନଙ୍କ ମୟୂରଭଞ୍ଜ ଗସ୍ତ ଅବସରରେ ଏପରି ଏକାଧିକ ଦାବି ରଖିଥିଲେ ଲୋକସଭା ସାଂସଦ ବ‌ିଶ୍ବେଶ୍ବର ଟୁଡୁ। ସାଂସଦଙ୍କ ଆହ୍ବାନକ୍ରମେ ଡିଆରଏମ୍‌ ସହିତ ଏକ ପ୍ରତିନିଧି ଦଳ ସ୍ୱତନ୍ତ୍ର ଟ୍ରେନରେ ରୁପ୍ସା-ବାଙ୍ଗିରିପୋଷି ରେଳ ଲାଇନ ପରିଦର୍ଶନରେ ଆସିଥିଲେ। ଏହି ଅବସରରେ ଆଲୋଚନା କାଳରେ ଜିଲ୍ଲାରେ ରେଳ ଭିତ୍ତିଭୂମି ବିକାଶ ନେଇ ଉପରୋକ୍ତ ଦାବି ରଖିଥିଲେ ଶ୍ରୀ ଟୁଡୁ। ଏହି ଗସ୍ତ ଅବସରରେ ଡିଆରଏମ୍‌ ଶ୍ରୀ ପ୍ରଧାନ ବାରିପଦା ଷ୍ଟେସନରେ ପହଞ୍ଚି ଏଠାରେ ପ୍ରସ୍ତାବିତ ହେରିଟେଜ୍‌ ରେଳ ମ୍ୟୁଜିୟମ୍‌ର ନିର୍ମାଣ କାର୍ଯ୍ୟକୁ ନିରୀକ୍ଷଣ କରିଥିଲେ। ରେଳ ଚଳାଚଳ କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଥିବା ମୟୂରଭଞ୍ଜରେ ଏହି ରେଳ ହେରିଟେଜ୍‌ ମ୍ୟୁଜିୟମ୍‌ ନିର୍ମାଣ ଯେପରି ସଫଳତାର ସହିତ ସମ୍ପନ୍ନ ହୁଏ ସେନେଇ ଯତ୍ନବାନ ହେବାକୁ ଶ୍ରୀ ପ୍ରଧାନ ପରାମର୍ଶ ଦେଇଥିବା ପ୍ରକାଶ। ଏହି ଅବସରରେ ସାଂସଦଙ୍କ ଜିଲ୍ଲା ପ୍ରତିନିଧି ପ୍ରଦୀପ କୁମାର ମହାନ୍ତି, ରେଳ ବିଭାଗ ପ୍ରତିନିଧି ହେମନ୍ତ ଶାହା, ବିଜେପି ନେତା ସୁଗଦା ସୋରେନ ପ୍ରମୁଖ ଉପସ୍ଥିତ ଥିଲେ। ବିଜେପି ଜିଲ୍ଲା ଗଣମାଧ୍ୟମ ସଂଯୋଜକ ଦୀନେଶ ଦାସ ଏନେଇ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe