ଡମଶାଳ ନାଳରେ ବୁଡ଼ି ଜଣେ ମୃତ

ପୋଖରୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡ଼ି ଯୁବକ ମୃତ

କାଳିଆପାଣି: କାଳିଆପାଣି ଥାନା ଗୁରୁଜଙ୍ଗ ଗାଁର ବିନୋଦ ନାଏକ(୫୫)ଙ୍କର ଆଜି ଡମଶାଳ ନାଳରେ ବୁଡ଼ି ମୃତ୍ୟୁ ହୋଇଯାଇଛି। ବିନୋଦ ଓ ତାଙ୍କ ପତ୍ନୀ ଶ୍ରୀମତୀ ନାଳରେ ଗାଧୋଉଥିବା ବ‌େଳେ ପଥର ଶିଉଳିରେ ବିନୋଦଙ୍କ ଗୋଡ଼ ଖସି ଯାଇଥିଲା।

ପାଣିର ପ୍ରଖର ସୁଅ ତାଙ୍କୁ ଭସାଇ ନେଇଥିଲା। ଶ୍ରୀମତୀଙ୍କ ପାଟି ଶୁଣି ତାଙ୍କ ପୁଅ କୁନା ଓ ନିକଟରେ ଥିବା ଲୋକମାନେ ପ୍ରାୟ ଶହେ ମିଟର ଦୂରରୁ ବିନୋଦଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ। ଆମ୍ବୁଲାନ୍ସ ଯୋଗେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କାଳିଆପାଣି ପୁଲିସ ପହଞ୍ଚି ମୃତଦେହ ଜବତ କରିବା ସହ ୧୦/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ୧୮ ବର୍ଷ ତଳେ ଏହି ନାଳରେ ବିନୋଦଙ୍କ ବାପା ବଂଶୀଧରଙ୍କର ମଧ୍ୟ ପାଣିରେ ବୁଡ଼ି ମୃତ୍ୟୁ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe