ନଦୀକୁ ଗାଧୋଇବାକୁ ଯାଇ ଜଣେ ଛାତ୍ର ମୃତ

Advertisment
ପୋଖରୀରେ ବୁଡ଼ି ଶିଶୁପୁତ୍ର ମୃତ

ଯାଜପୁର: ଯାଜପୁର ଜିଲ୍ଲା ବଡ଼ଚଣା ଥାନା ବାଇଶିମୌଜା ସେତୁ ନିକଟରେ ଥିବା ବଡ଼ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ଜଣେ ଛାତ୍ରର ମୃତ୍ୟୁ ହୋଇଥିବା ଖବର ମିଳିଛି। ମୃତକଙ୍କ ନାମ ଚିନ୍ମୟ ସାହୁ ବୋଲି ଜଣାପଡ଼ିଛି। ତେବେ ନଦୀରୁ ଉଦ୍ଧାର ହୋଇଥିବା ଛାତ୍ରଙ୍କ ନାଁ ଶାନ୍ତନୁ କୁମାର ବଳ। ଉଭୟଙ୍କ ଘର ଅରଖପୁର ପଞ୍ଚାୟତର ରାଧାଦେଇପୁର ଗାଁରେ । ବଡ଼ଚଣା ପୁଲିସ୍‌ ଘଟଣାର ତଦନ୍ତ କରୁଛି।

ସୂଚନାଯୋଗ୍ୟ, ସୋମବାର ଅପରାହ୍ନରେ ଚିନ୍ମୟ ଓ ଶାନ୍ତନୁ ନଦୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଇବା ସମୟରେ ଅନ୍ୟମନସ୍କତା ହେତୁ ଦୁହେଁ ପାଣିରେ ବୁଡ଼ି ଯାଇଥିଲେ। ପାଣିରେ ଚିନ୍ମୟ ଓ ଶାନ୍ତନୁକୁ ବୁଡି ଯାଉଥିବା ଦେଖି ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ। ଶାନ୍ତନୁକୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିବା ବେଳେ ନିଖୋଜ ଚିନ୍ମୟକୁ ଚଣ୍ଡିଖୋଲ ଅଗ୍ନିଶମ ବିଭାଗ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଚିନ୍ମୟକୁ ମୃତ ବୋଲି ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe