ବ୍ରଜରାଜନଗର: ବେଲପାହାଡ଼ ଥାନା ଗୁମାଡ଼େରା ମାର୍କେଟଠାରେ ଥିବା ଏକ ଫଳ ଦୋକାନରେ ଚଢ଼ଉ କରି ପୁଲିସ୍ ୩୨୫ଟି ନିଶା ବଟିକା, ଗୋଟିଏ କୋରେକ୍ସ ବୋତଲ, ୧୦୦ ଗ୍ରାମ ଗଂଜେଇ ଜବତ କରିଛି। ଫଳ ଦୋକାନୀ ସନ୍ତୋଷ ମହାରାଜ (୩୨)କୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଲପାହାଡ଼ ଆଇଆଇସି ସୁରେଶ ସାହୁ ସୂଚନା ଦେଇଛନ୍ତି। ସୋମବାର ରାତିରେ ଏହି ଚଢ଼ଉ କରାଯାଇଥିବା ବେଳେ ପୁଲିସ୍ ଘଟଣା ସଂକ୍ରାନ୍ତରେ ଅଧିକ ତଦନ୍ତ ଜାରି ରଖିଛି।
ନିଶା ବଟିକା ଜବତ, ଜଣେ ଗିରଫ
Advertisment
Follow Us