ନକଲି ଧୂପକାଠି ବିକ୍ରି ଅଭିଯୋଗରେ ଜଣକୁ କୋର୍ଟ ଚାଲାଣ; ବିଭିନ୍ନ କମ୍ପାନି ଲେବଲ୍‌ ସହ କେମିକାଲ ଜବତ

ନକଲି ଧୂପକାଠି ବିକ୍ରି ଅଭିଯୋଗରେ ଜଣକୁ କୋର୍ଟ ଚାଲାଣ; ବିଭିନ୍ନ କମ୍ପାନି ଲେବଲ୍‌ ସହ କେମିକାଲ ଜବତ
ରାଇରଙ୍ଗପୁର/ବିଜାତଳା: ମୟୂରଭଞ୍ଜ ଜିଲ୍ଲା ବାମାନଘାଟି ଉପଖଣ୍ଡ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା କେନ୍ଦରେଇ ଗ୍ରାମରୁ ବିଭିନ୍ନ କମ୍ପାନିର ନକଲି ଧୂପ କାଠି ପ୍ରସ୍ତୁତ କରୁଥିବା ଅଭିଯୋଗରେ ପୁଲିସ ଜଣକୁ ଗିରଫ କରିଥିବା ବେଳେ ବ୍ୟବହୃତ ହେଉଥିବା କେମିକାଲ, ବିଭିନ୍ନ କମ୍ପାନିର ଲେବଲ୍‌ ଜବତ କରିଛି।
ସୂଚନାଯୋଗ୍ୟ ଯେ ସମାଜ ଓ ମଧୁକୁଞ୍ଜ କମ୍ପାନୀର ଧୂପ କାଠି ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଶସ୍ତାରେ ଦୋକାନୀ ମାନଙ୍କୁ କେନ୍ଦ୍ରୟ ଗ୍ରାମର ମହମ୍ମଦ ଅଜିଜଙ୍କ ପୁତ୍ର ଶେଖ ସିରାଜ (୪୦)ନିଜେ ନକଲି ଧୂପ କାଠି ବିକ୍ରି କରୁଥିଲା।ଏହା ସାଧାରଣ ଲୋକମାନେ ଜାଣି ପାରୁ ନ ଥିବା ବେଳେ ଦୋକାନୀ ମାନେ ଅଧିକ ଲାଭ ନେଇ ତାଙ୍କ ଠାରୁ ଧୂପ କାଠି କିଣି ବିକ୍ରି କରୁଥିଲେ।ଏନେଇ ସମାଜ ଓ ମଧୁକୁଂଜ ଧୂପ କାଠି କମ୍ପାନୀର ଅଧିକାରୀ ମାନେ ଉକ୍ତ ଅଞ୍ଚଳରେ ନିଜ ପ୍ରସ୍ତୁତ କାଠି ବିକ୍ରି ନ ହେବାରୁ ସନ୍ଦେହ କରି ପୋଲିସକୁ ଖଵର ଦେଇଥିଲେ।ରାଇରଙ୍ଗପୁର ଏସ ଡ଼ି ପି ଓ ଗୋକୁଳାନନ୍ଦ ସାହୁଙ୍କ ନେତୃତ୍ୱରେ ଶେଖ ସିରାଜ ଘରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ନକଲି ଧୁପ କାଠି ସହ କାଠି ପ୍ରସ୍ତୁତ କରୁଥିବା ବିଭିନ୍ନ ସାମଗ୍ରୀ ସହ କେମିକାଲ ଓ ସମାଜ ଓ ମଧୁକୁଞ୍ଜ ଧୂପ କାଠି ଛାପ ଥିବା ପ୍ୟାକେଟ ଜଵଦ କରିଛନ୍ତି।ଏନେଇ ଗ୍ରାମାଞ୍ଚଳ ଥାନାରେ କେସ ନମ୍ବର ୨୧୨/୨୨ରୁଜୁ କରି ଅଭିଯୁକ୍ତ ଶେଖ ସିରାଜକୁ  ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe