ଜେଲଗଲେ ନକଲି କଲେଜର ଅଧ୍ୟକ୍ଷ

Advertisment
ଜେଲଗଲେ ନକଲି କଲେଜର ଅଧ୍ୟକ୍ଷ

ଧଉଳି: ଦୀର୍ଘ ୧୫ ବର୍ଷ ଧରି ଜାଲ ପିଜି ସାର୍ଟିଫିକେଟ ଦେଇ ଏକାଧିକ ଘରୋଇ ବିଜ୍ଞାନ କଲେଜରେ ଅଧ୍ୟକ୍ଷତା କରୁଥିବା ନକଲି ଅଧ୍ୟକ୍ଷ ସୌଭାଗ୍ୟ ମଲ୍ଲିକ(୪୭)କୁ ଆଜି ଧଉଳି ଥାନା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟରେ ସୌଭାଗ୍ୟର ଜାମିନ ଖାରଜ ହୋଇଯିବାରୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ସୌଭାଗ୍ୟର ଅନ୍ୟତମ ସହଯୋଗୀ ଚତୁର୍ଭୁଜ ଖୁଣ୍ଟିଆଙ୍କୁ ଥାନାରେ ପୁଲିସ ୪୧ ନୋଟିସ ଦେଇ ଛାଡ଼ି ଦେଇଛି।

ଉଭୟ ସୌଭାଗ୍ୟ ଓ ଚତୁର୍ଭୁଜଙ୍କ ବିରୋଧରେ କଲେଜ ଏମଡି ସୌମ୍ୟରଞ୍ଜନ ଦାଶ ଜାଲ ପ୍ରମାଣପତ୍ର ଓ ଟଙ୍କା ହଡ଼କ କରିଥିବା ନେଇ ଲିଖିତ ଅଭିଯୋଗ କରିଥିଲେ। ସୌଭାଗ୍ୟ ଓ ଚତୁର୍ଭୁଜ ଲିଙ୍ଗିପୁର ସ୍ଥିତ କଳିଙ୍ଗ କଲେଜ ଅଫ ସାଇନ୍ସରେ ସୌଭାଗ୍ୟ ଅଧ୍ୟକ୍ଷତା କରୁଥିବା ବେଳେ ଚତୁର୍ଭୁଜ ଅଧ୍ୟାପକ ଭାବେ କାର୍ଯ୍ୟରତ ଥିଲେ। ତଦନ୍ତ ଦାୟିତ୍ବରେ ଥିବା ଏଏସଆଇ ମନ୍ମଥ କୁମାର ବେହେରାଙ୍କ ସମେତ ଅନ୍ୟ ଜଣେ ପୁଲିସ ଓ କଲେଜ କର୍ମଚାରୀ ଗତକାଲି ଖଲିକୋଟ ବିଶ୍ବ ବିଦ୍ୟାଳୟରେ ପହଞ୍ଚି ସୌଭାଗ୍ୟ ଯେଉଁ ସାର୍ଟିଫିକେଟ ଯୋଗାଡ଼ କରିଥିଲେ ତାହା ଯାଞ୍ଚ କରିବାରୁ  ଜାଲ ବୋଲି ସ୍ପଷ୍ଟ ହୋଇଥିଲା। ହେଲେ ଚତୁର୍ଭୁଜଙ୍କ ସାର୍ଟିଫିକେଟ ଠିକ ଥିବା ପୁଲିସ ଜାଣିବାକୁ ପାଇଥିଲା। ହେଲେ ଟଙ୍କା ହଡ଼କ ଅଭିଯୋଗ ଥିବାରୁ ପୁଲିସ ତାଙ୍କୁ ନୋଟିସ ଦେଇ ଛାଡ଼ି ଦେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe