ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ, ୫ ଗିରଫ

ଲକ୍ଷାଧିକ ଟଙ୍କାର ନକଲି ବିଦେଶୀ ମଦ ଜବତ, ୫ ଗିରଫ

ନୂଆପଡ଼ା: ନୂଆପଡ଼ା ଓ କୋମନା ଅବକାରୀ ବିଭାଗ ପକ୍ଷରୁ କୋମନା ୩୫୩ ନଂ ଜାତୀୟ ରାଜପଥରେ ଚଢ଼ଉ କରାଯାଇ ବିପୁଳ ପରିମାଣରେ ନକଲି ମଦ ଜବତ କରାଯିବା ସହ ୫ ଜଣକୁ ଗିରଫ କରାଯାଇଛି। ଅବକାରୀ ବିଭାଗ କର୍ମଚାରୀ କୌଣସି ସୂତ୍ରରୁ ଖବର ପାଇ କୋମନା ୩୫୩ନଂ ଜାତୀୟ ରାଜପଥରେ ଚଢ଼ଉ କରି ଏକ ବୋଲେରୋ​ (ବିଆର୍‌ ୪୬ପି-୩୧୮୭)କୁ ଅଟକାଇଥିଲେ। ଗାଡ଼ିକୁ ଯାଞ୍ଚ କରାଯିବା ପରେ ନକଲି ମଦ ସହ ବହୁ ସାମଗ୍ରୀ ଜବତ କରାଯାଇଥିଲା।

ଏଥିସହ ଗାଡ଼ିରେ ଥିବା ଛତିଶଗଡ଼ ରାଜ୍ୟ ରାୟପୁର ୱାର୍ଡ ନଂ୬୯ର ରାଜେଶ ସିଂ(୩୪), ଧନ୍ବନ୍ତରୀ ଜିଲ୍ଲା ବାନିତୋଲା ନହରନାଇ ଛକର ବିନୋଦ ସିଂ (୪୫), ବିହାର ରାଜ୍ୟ ଅରଙ୍ଗପାଦ ଜିଲ୍ଲାର ନବୀନଗର ୱାର୍ଡ ନଂ୧୪ର ବିଦ୍ୟାଞ୍ଚଳ କୁମାର (୪୨), ଝାଡ଼ଖଣ୍ଡ ରାଜ୍ୟ ପଲାମୋ ଜିଲ୍ଲା ହରିହର ଗଞ୍ଜ ଥାନା ବହୁରାହା ଗାଁର ପଙ୍କଜ ଯାଦବ (୨୪), ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଜଟଗଡ଼ ଗ୍ରାମର ଅନ୍ତ ସାହୁ (୩୮)କୁ ଗିରଫ କରାଯାଇଥିଲା।​ତେବେ ଗାଡ଼ିରୁ ଲକ୍ଷାଧିକ ଟଙ୍କାର ବିଭିନ୍ନ ବ୍ରାଣ୍ଡର ନକଲି ମଦ ଜବତ କରାଯାଇଥିବା ଅବକାରୀ ବିଭାଗ ପକ୍ଷରୁ ଜଣାପଡ଼ିଛି। ଏନେଇ ଏକ ମାମଲା ରୁଜୁକରି ୫ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe