ଦୁର୍ଗା ଓ ଲକ୍ଷ୍ମୀପୂଜାରେ ପ୍ରତି ପୂଜା ମଣ୍ଡପରେ ସିସିଟିଭି ଲଗାଇବାକୁ ପ୍ରଶାସନର ପରାମର୍ଶ

Advertisment

ପରିଚାଳନା ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ: ୨୫ ଓ ୨୭ରେ ଭସାଣୀ ଓ ଟିଏଲ୍‌ସି ଖଣି ପୋଖରୀରେ ବିସର୍ଜନ

ପରିଚାଳନା ନିମନ୍ତେ ପ୍ରଶାସନର ପ୍ରସ୍ତୁତି ବୈଠକ: ୨୫ ଓ ୨୭ରେ ଭସାଣୀ ଓ ଟିଏଲ୍‌ସି ଖଣି ପୋଖରୀରେ ବିସର୍ଜନ

ଦୁର୍ଗା ଓ ଲକ୍ଷ୍ମୀପୂଜାରେ ପ୍ରତି ପୂଜା ମଣ୍ଡପରେ ସିସିଟିଭି ଲଗାଇବାକୁ ପ୍ରଶାସନର ପରାମର୍ଶ

ଖୋର୍ଦ୍ଧା: ଖୋର୍ଦ୍ଧା ସହର ସମେତ ବିଭିନ୍ନ ସ୍ଥାନରେ ମଣ୍ଡପରେ ଦୁର୍ଗା ଓ ଲକ୍ଷ୍ମୀଙ୍କ ପୂଜାର ସଠିକ ପରିଚାଳନା ଓ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବିଭିନ୍ନ ପୂଜାମଣ୍ଡପ, ରାବଣପୋଡି ଆୟୋଜକଙ୍କ ସହ ପୁଲିସ ଅଧିକାରୀ ଉପସ୍ଥିତ ଥିଲେ।

ଚଳିତ ବର୍ଷ, ମଣ୍ଡପରେ ଦୁର୍ଗାପୂଜା ୨୦ ତାରିଖ ଠାରୁ ଆରମ୍ଭ ହୋଇ ୨୪ ତାରିଖରେ ଉଦ୍‌ଯାପିତ ହେବ। ଯଦି ପାଗ ଶୁଖିଲା ରହେ ତେବେ ଚଳିତ ବର୍ଷ ପୂର୍ବ ବର୍ଷ ତୁଳନାରେ ଅଧିକ ଜନଗହଳିର ସମ୍ଭାବନା ରହିଛି। ଏହାସହ ବିଶୃଙ୍ଖଳ ତତ୍ବ ଓ ଅସାମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ ମଧ୍ୟ ବୃଦ୍ଧି ପାଇବ। ଏହାକୁ ଦୃଷ୍ଟିରେ ରଖି ସବୁ ପୂଜାମଣ୍ଡପରେ ସିସିଟିଭି ଲଗାଇବା ନିଶ୍ଚିତ କରିବାକୁ ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ମଣ୍ଡପରେ ଦର୍ଶକ ଓଭକ୍ତଙ୍କ ମୂଲ୍ୟବାନ ସାମଗ୍ରୀର ସୁରକ୍ଷା, ଛୋଟ ପିଲାଙ୍କ ସୁରକ୍ଷା ଆଦିକୁ ନେଇ ପୋଷ୍ଟର ଲଗାଇବା, ସହାୟତା କେନ୍ଦ୍ର, ସ୍ବେଚ୍ଛାସେବୀ ଆଦି ପ୍ରସ୍ତୁତ କରିବାକୁ କୁହାଯାଇଛି। ଜଳଗହଳିକୁ ଦୃଷ୍ଟିରେ ରଖି ରାସ୍ତାକଡ଼ର ଠେଲା ଓ ଉଠା ଦୋକାନୀଙ୍କ ଉଚ୍ଛେଦ କରିବାକୁ ବୈଠକରେ ମତ ପ୍ରକାଶ ପାଇଛି। ହାବେଳୀ ପଡ଼ିଆରେ ରାବଣ ପୋଡ଼ୀ ସମୟରେ ସଂଧ୍ୟା ୭ଟାରୁ ୧୦ଟା ‌ବ୍ୟାରିକେଡ୍‌ କରିବା, ଅଧିକ ପୁଲିସ ବଳ ଯୋଗାଇଦେବା ଆଦି ଉପରେ ଗୁରୁତ୍ବ ଦିଆଯାଇଛି। ଭଷାଣୀ ଦିନ ମଦ ଦୋକାନ ବନ୍ଦ ରଖିବା, ପୂଜା ସମୟରେ ଖାଦ୍ୟପେୟ ଦୋକାନରେ ଖାଦ୍ୟସାମଗ୍ରୀର ମାନକୁ ଯାଞ୍ଚ କରିବା ପାଇଁ ମଧ୍ୟ ମତ ପ୍ରକାଶ ପାଇଥିଲା। ୨୫ ତାରିଖ ଅପରାହ୍‌ଣରେ  ଭସାଣୀ ଶୋଭାଯାତ୍ରା ସହ ଅପରାହ୍‌ଣ ୪ଟାରୁ ରାତି ୧୦ଟା ମଧ୍ୟରେ ବିସର୍ଜନ କରାଯିବ। ଏଥିପାଇଁ ଟିଏଲସି ରୋଡ୍‌ ଖଣିପୋଖରୀକୁ ବ୍ୟବହାର କରାଯିବ। କେତେକ ପୂଜା କମିଟି ୨୭ ତାରିଖରେ ବିସର୍ଜନ କରିବାକୁ ମତ ଦେଇଥିଲେ। ଭସାଣୀ ଶୋଭାଯାତ୍ରାରେ ଡିଜେ ବ୍ୟବହାର, ବାଣ ଫୁଟାଇବା ଆଦି ଉପରେ କଟକଣା ରଖିବା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେବାକୁ ପୁଲିସ ବିଭାଗକୁ କୁହାଯାଇଛି।

ଗତକାଲି ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରୀନ୍ଦ୍ର ନାଥ ମିତ୍ର ଅଧ୍ୟକ୍ଷତା କରିଥିଲେ। ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ, ଜିଲ୍ଲା ପରିଷଦ ସଭାପତି ରୂପଶ୍ରୀରାଣୀ ଗୁମାନସିଂହ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀ, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁରେନ୍ଦ୍ରନାଥ ମୁର୍ମୁ, ଖୋର୍ଦ୍ଧା ପୌର ପରିଷଦ ଅଧ୍ୟକ୍ଷା କନକଲକ୍ଷ୍ମୀ ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ସାଫଲ୍ୟ ମଣ୍ଡିତ ପ୍ରଧାନ, ଉପଜିଲ୍ଳାପାଳ ଦୀପ୍ତିରଂଜନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe