୯୩ତମ କୁଚିଣ୍ଡା ଦଶହରା ଭଷାଣୀ ପରେ ଉଦଯାପିତ

ବିଗତ ୯୨ ବର୍ଷ ମଧ୍ୟରେ ଏପରି ହୋଇନଥିଲା

୯୩ତମ କୁଚିଣ୍ଡା ଦଶହରା ଭଷାଣୀ ପରେ ଉଦଯାପିତ

କୁଚିଣ୍ଡା: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ସଦରମହକୂମା ଠାରେ ୧୯୨୮ମସିହାରୁ ହୋଇ ଆସୁଥିବା ପ୍ରସିଦ୍ଧ ଦଶହରା ପର୍ବ ୨୦୨୦ ନିରାଡମ୍ବର ଭାବରେ ଆଜି ଦିନ ୧୦ଟାରେ ଭଷାଣୀ ପରେ ଉଦଯାପିତ ହୋଇଯାଇଛି। ବଙ୍ଗୀୟ ମତରେ ଷଷ୍ଠୀ ପୂଜା ରୁ ଚଳିତ ବର୍ଷ କୋଭିଡ କଟକଣା ଭିତରେ ଦୁର୍ଗାପୂଜା ଅନୁଷ୍ଠିତ ହୋଇଥିଲା।

ଚଳିତ ବର୍ଷ ପ୍ରଥମଥର ପାଇଁ କୁଚିଣ୍ଡା ଖେଲପଡିଆରେ ଅନୁଷ୍ଠିତ ହୋଇଆସୁଥିବା ଫୁଟବଲ ପ୍ରତିଯୋଗିତା, ଶାରଦୀୟ କ୍ରୀଡାପ୍ରତିଯୋଗିତା, ରାମଲକ୍ଷ୍ମଣଙ୍କ ରୋଷାଣୀ ଶୋଭାଯାତ୍ରା, ରାବଣପୋଡି, ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ଆକର୍ଷଣୀୟ ତୋରଣ, ଲାଇଟ ସାଜସଜ୍ଜା ହୋଇନଥିଲା। ଏପରିକି ନିରାଡମ୍ବର ଭାବରେ ସହର ପରିକ୍ରମା ନକରି ମାଁଙ୍କୁ ବିଦାୟ ଦିଆଯାଇଥିଲା।

ପୁଲିସ ପ୍ରଶାସନ ପକ୍ଷରୁ ମେଢ଼ ଗୁଡିକରେ ବ୍ୟାପକ କଟକଣା ଜନସଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଥିଲା। ସହରରେ ଆସୁଥିବା ଦୋକାନ ବଜାର ନ ଆସିବାରୁ ବର୍ଷକୁ ଥରେ କିଣାବିକା ପାଇଁ ଅପେକ୍ଷା କରିଥିବା ଲୋକମାନେ ନିରାଶ ହୋଇଥିଲେ। ପୂର୍ବାହ୍ନରେ ମନ୍ଦିର ଛକ ପୁରୁଣା ପୂଜା କମିଟି ଓ ପଞ୍ଚମୁଖୀ ଛକ ପୂଜାକମିଟି ପକ୍ଷରୁ ପୂର୍ବାହ୍ନରେ ମାଁଙ୍କୁ ମେଲାଣି ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe