ପ୍ରଶାସନର ସମସ୍ତ ନୀତିନିୟମ ଅନୁଯାୟୀ ଘୁ.ଉଦୟଗିରିରେ ଦୁର୍ଗାପୂଜା ଆରମ୍ଭ

ପ୍ରଶାସନର ସମସ୍ତ ନୀତିନିୟମ ଅନୁଯାୟୀ ଘୁ.ଉଦୟଗିରିରେ ଦୁର୍ଗାପୂଜା ଆରମ୍ଭ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହରରେ କୋଭିଡ-୧୯ କଟକଣାକୁ ଦୃଷ୍ଟିରେ ରଖି ତଥା ପ୍ରଶାସନର ସମସ୍ତ ନୀତି ନିୟମକୁ ଭିତି କରି ସ୍ଥାନୀୟ ପୂଜା କମିଟି ଗତକାଲିଠାରୁ ଶାରଦୀୟ ଦୁର୍ଗାପୂଜା ଆରମ୍ଭ କରିଛି।

ଗତକାଲି ସ୍ଥାନୀୟ ଅଞ୍ଚଳର ଆରାଧ୍ୟ ଦେବୀ ମା’ ବଡ଼ରାଉଳଙ୍କୁ ଆବାହନ କରି ବେଲବରଣ, ଜଳ ସଂଗ୍ରହ କରିବା ପରେ ପୂଜା କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ମହାସପ୍ତମୀରେ ପୂଜାପାଠ ହୋମ ଯଜ୍ଞ ଚଣ୍ଡୀପାଠ ଆରମ୍ଭ ହୋଇଛି। ପୂଜା କମିଟି ପକ୍ଷରୁ ମଣ୍ଡପ ସମ୍ମୁଖରେ ଏକ ଫ୍ଲେକ୍ସ ମରାଯାଇଥିବା ଦେଖିବାକୁ ମିଳିଛି। ଚଳିତ ବର୍ଷ କୋଭିଡ-୧୯ କଟକଣା ଯୋଗୁଁ ପ୍ରଶାସନର ନୀତିନିୟମ ପ୍ରକାରେ ପୂଜା ଆୟୋଜନ କରାଯାଉଥିବା ଯୋଗୁଁ ସର୍ବସାଧାରଣଙ୍କ ନିମନ୍ତେ ମାଙ୍କ ଦର୍ଶନ ନିଷେଧ କରାଯାଇଛି। କୌଣସି ଭକ୍ତ ମା’ଙ୍କ ଦର୍ଶନ ପାଇଁ ଦୀପ ଧୂପ ଭୋଗ କରିବା ନିମନ୍ତେ ଅନୁରୋଧ କରନ୍ତୁ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe