ମା’ ବିରଜାଙ୍କ ଶାରଦୀୟ ପୂଜା ଆରମ୍ଭ

ମା’ ବିରଜାଙ୍କ ଶାରଦୀୟ ପୂଜା ଆରମ୍ଭ

ଯାଜପୁର : ଆଜି ପବିତ୍ର ମୂଳଷ୍ଟମୀ ତିଥିରେ ସମଗ୍ର ଓଡ଼ିଶାର ଦେବୀପୀଠ ଗୁଡ଼ିକରେ ଷୋଡ଼ଶ ଦିନାତ୍ମକ ପୂଜା ଆରମ୍ଭ ହୋଇଯାଇଛି । ଫଳରେ ଆସନ୍ତା ଷୋହଳ ଦିନ ପାଇଁ ଅର୍ଥାତ ବିଜୟା ଦଶମୀ ପର୍ଯ୍ୟନ୍ତ ଦେବୀପୀଠଗୁଡ଼ିକ ଚଳଚଞ୍ଚଳ ହୋଇଉଠିଛି ।

ଆଜିଠାରୁ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଶାରଦୀୟ ପୂଜା ଆରମ୍ଭ ହୋଇଛି ।  ବ୍ରହ୍ମାକୁଣ୍ଡରେ ଘଟ ପୂଜାପରେ ଯଥାରୀତି ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।  ମା’ ବିରଜାଙ୍କ ପୀଠରେ ଷୋହଳ କଳସ ସ୍ଥାପନ ପାଇଁ ଷୋଡଶ ଉପଚାର ଆରମ୍ଭ ହୋଇଥାଏ । ମନ୍ଦିରରୁ ବିରାଟ ପଟୁଆରାରେ ମା’ଙ୍କ ଘଟ ବ୍ରହ୍ମାକୁଣ୍ଡ ଯାଇଥାଏ ସେଠାରେ ଘଟ ନିମଗ୍ନ ପରେ ଷୋହଳ କଳସରୁ ପ୍ରଥମ କଳସ  ସ୍ଥାପନ କରାଯାଇଛି। ତେବେ ମା’ ବିରଜା ମହିଷାସୁରକୁ ବଧ କରିବା ପାଇଁ ବ୍ରହ୍ମାକୁଣ୍ଡରୁ ଜାତ ହୋଇଥିବାରୁ ଏହି ପରମ୍ପରାରେ ପ୍ରତେକ ବର୍ଷ ପୂଜାବିଧି ହୋଇଥାଏ । ଏହି ଅବସରରେ ଦଶହରା ଅବସରରେ ୯ ଦିନ ବ୍ୟାପୀ ମା’ ବିରଜାଙ୍କ ବିଜୟା ରଥ ଟଣାର କାର୍ଯ୍ୟକ୍ରମ ରହିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe